STORYMIRROR

Chittaranjan Nanda

Romance Tragedy Fantasy

3  

Chittaranjan Nanda

Romance Tragedy Fantasy

ଦିଶୁଛି ମନ ଦର୍ପଣରେ ମୁହଁ

ଦିଶୁଛି ମନ ଦର୍ପଣରେ ମୁହଁ

1 min
150


ମନ ଲାଖି ଖୋଜୁଥିଲି ମୁହିଁ,

ମିଳିଗଲ ତ ମୋତେ ତୁହି ।୧।


ମୋ ହୃଦୟଟି କିଣି ନେଲ,

ସଂସାରର ସାଥୀ ମିଳି ଗଲ ।୨।


ଯତନେ ସଜାଇ ମୋ ହୃଦୟରେ,

ପ୍ରୀତିସୁଧା ନିତି ପାଇବା ନିଶାରେ।୩।


ଆନନ୍ଦ ନେବାକୁ ମୁରୁକି ହସଟିରୁ,

ହୃଦୟ କିଣି ନେଇଥିଲ ମୋ ଠାରୁ।୪


ହୃଦୟ ସ୍ପନ୍ଦନରେ କରିଅଛ ଘର,

କିପରି କରିଲୁ ତୁ ମୋତେ ପର।୫।


କେତେ ଦିନୁ ଅଜଣା ସହରରେ,

ରହିଅଛ କିପରି କୁହ ମଉନରେ ।୬।


ମନେ ପଡିଲେ ତୁମ କଥା ହୃଦୟରେ

କାହୁଁ ବୁଝିବ କିପରି ଦିନ କଟେରେ ।୭।


ତୁମ କଥାରେ ମନେ ଆସେ କୋହ,

ଦିଶୁଛି ମନ ଦର୍ପଣରେ ତୋର ମୁହଁ ।୮।


ଦୁଇ ଆଖିରେ ଚାଲି ଆସେ ଲୁହ,

କାହିଁକି ହେଲା ତୋର ମୋର ବିରହ ।୯।


ମୁହୁର୍ତ୍ତଟେ ବଞ୍ଚିବା ହୁଏ ଦୁର୍ବିସହ,

ସାହାସ ଅଛି ଯଦି ସାମ୍ନା ସାମ୍ନି ହୁଅ।୧୦।


ମନରେ ଭାବୁଛି ବସି,

କଣ୍ଟା ନପଡୁ କେବେ ତୁମ ପଥ ଧାରେ 

ରହିଥାଅ ସବୁବେଳେ ମହା ଆନନ୍ଦରେ ।୧୧।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance