କି କଲ ତୁମେ କହ୍ନାଇ
କି କଲ ତୁମେ କହ୍ନାଇ
ପ୍ରେମ ଡୋରରେ ବନ୍ଧା ଦେହ ମନ
ପୁଲକିତ ଭାବ ଆଣି ଦିଏ ତ ଜାଣ
କଳା କାହ୍ନୁ ଦେଇ ଅଛି ତ ପ୍ରତିଶୃତି
ପ୍ରତୀକ୍ଷାରେ ରାଧା କଟାଏ ତ ରାତି
କଲ କି କିମିଆଁ ତୁମ୍ଭେ କଳା କହ୍ନାଇଁ
ବଂଶୀର ସ୍ୱନକୁ ତୁମେ ବଜାଇ ବଜାଇ
ପ୍ରୀତି ମଞ୍ଜରିରେ ପୁଲକିତ କଲ ଯାଇ
ପ୍ରେମରସେ ଅଭିମାନୀ ରାଧା ତ ବାଇ
କୁଞ୍ଜବନେ ବାସି ପରା ହୋଇଲା ଶେଜ
ଫିକା ଫିକା ଦିଶିଲାଣି ଆକାଶ ତ ଆଜ
ସାରା ରାତି ରାଧାରାଣୀ ରହିଲେ ଅନାଇଁ
ଯାପିଲେ ବନରେ ଏକାକିନୀ ଚାହିଁ ଚାହିଁ
ଯେତେ ଖୋଜିଲେ, ବନରେ ରହିଲ କାହିଁ
ଖୋଜିଲେ ଅନ୍ଧକାରେ, ଦୋଷ ରହି
ଲା କାହିଁ
ରହିଲ କାହିଁ, କି କଲ କୁହ ତୁମେ କହ୍ନାଇ
ସତରେ ଲୋକ କହନ୍ତି ହଟିଆ ହଟ ନାଗର
ବିରହ ଜ୍ୱାଳାରେ ଜୀବନ କେତେ କୂଟ କର
ରହିଲ କାହିଁ, ଆସିଲି ରାତିରେ, ରତି କାତର
ଆହେ ଶ୍ୟାମ ତୁମ ଦେବା କଥା ପାଣିର ଗାର
ତୁମର ପ୍ରୀତିଭାବ ଜାଣବା କଷ୍ଟ ମନ ଭିତର
ଋଷିଲ କିପାଇଁ, ମୋ ଠାରେ ରସିକ କହ୍ନାଇ
ହେ ଦଗା ଦିଆ ଆସିଛ ରଜନୀ ଅନ୍ତେ ଯାଇଁ
ମୋ ନାମେ ବାଣ୍ଟିଲ ଖାଲି ତ କଳଙ୍କ ପସରା
ଭୂଲିଗଲ କଣ୍ଟ ଦେଇ, ସହି ପାରୁନି ଆଉ ପରା
ଭୂଲି ଯାଅ ମୋତେ ଆଜିଠାରୁ କହଇ ରାଈ
ପୋଛି ଦିଅ ମନରୁ ଆଜିଠାରୁ କହଇ ରାଈ ।।