Chittaranjan Nanda

Action Inspirational Others

4  

Chittaranjan Nanda

Action Inspirational Others

ଭକତ ମେଳେ, ସାଆନ୍ତେ ଫେରିବେ ବଡ଼ ଦେଉଳେ

ଭକତ ମେଳେ, ସାଆନ୍ତେ ଫେରିବେ ବଡ଼ ଦେଉଳେ

1 min
12



ବରଷକୁ ଥରେ

ଆସିବେ କଥା ଦେଇ ଅଛନ୍ତିରେ

ପହଁଚିବେ ନିଶ୍ଚିତରେ

ରହିବେ ନଅ ଦିନ ମାଉସୀ ସାଥିରେ

ନନ୍ଦିଘୋଷରେ

ଜଗା ଯାଇଥିଲା ମାଉସୀ ଘରେ,

ତାଙ୍କ ଆଗରେ,

ଅଗ୍ରଜ ଓ ଅନୁଜା ଥିଲେ ସାଥିରେ

ବଡ଼ ଦାଣ୍ଡରେ,

ଭକ୍ତ ଟାଣି ନେଲେ ମାଉସୀ ଘରେ,

ନଅ ଦିନ କାଳ,

ଜନ୍ମବେଦୀରେ ପରା ଲୀଳା ରଚିଲ,

କହିନ ଲକ୍ଷ୍ମୀଙ୍କୁ,

ରଥ ଭାଙ୍ଗିଲେ, ରୋଷ କରି ତୁମକୁ,

ଆଷାଢ଼ ମାସରେ

ଫେରିବ ଠାକୁର ଶୁକ୍ଳ ଦଶମୀରେ

ଭକତ ମେଳରେ,

ବାହୁଡା଼ ଯାତ୍ରା ତିନି ରଥ ଉପରେ

ନାକଚଣା ଦ୍ୱାରରେ,

ଦଣ୍ଡାୟମାନ ତିନି ରଥ ଅପେକ୍ଷାରେ,

ବାଜଇ ଭେରୀ,

ତୁରୀ, ଜୟ ଗାନରେ ହରଷ ପୁରି

ଝୁଲି ଝୁଲି ହଲି,

ଆସୁଛି କାଳିଆ, ଦେଖେ ତା ବାଙ୍କ ଚାହାଣୀ

ପଣ୍ଡା ପଢିହାରି,

କରନ୍ତି ପହଣ୍ଡି କମ୍ପେ ଗୁଣ୍ଡିଚା ମନ୍ଦିର,

ଶରଧାବାଲିରୁ,

ଫେରୁଛ, ବୁଝାଇ ଦିଅ ଲୀଳାକୁ କଳା ଠାକୁର ।।


Rate this content
Log in

Similar oriya poem from Action