STORYMIRROR

Satyanarayan Sahoo

Abstract Romance Action

3  

Satyanarayan Sahoo

Abstract Romance Action

ରାଖୀ ପୂର୍ଣ୍ଣମୀ

ରାଖୀ ପୂର୍ଣ୍ଣମୀ

1 min
171


ଆଜି ପରା ରାଖୀ ପୂର୍ଣ୍ଣମୀ 

ବଳଭଦ୍ର ଜନମ

କେଡେ ଆଦର ରେ ଶ୍ରଦ୍ଧାରେ

ଭରି ଉଠଇ ମନ ।


ସକାଳ ରୁ ଉଠି ଗାଧୋଇ

ରାଖୀ କିଣିବା ପାଇଁ

ବାହାରନ୍ତି ଟିକି ଭଉଣୀ

ମାନେ ହରଷ ହୋଇ ।


ମିଷ୍ଟାନ୍ନ ଭଣ୍ଡାରୁ ଆଣିବେ 

ନାନା ମିଷ୍ଟାନ୍ନ କିଣି

ରାଖୀ ବାନ୍ଧି ମିଠା ଖୁଆଇ

ଦେବେ ସବୁ ଭଉଣୀ ।


ସାନ ବଡ ନିର୍ବିଶେଷରେ

ସବୁ ଭାଇଙ୍କୁ ରାଖୀ

ସ୍ନେହ ଆଦର ରେ ପିନ୍ଧାଇ

ଦେବେ ଶରଧା ଧରି ।


ମନରେ ଯେ କେତେ ଆଗ୍ରହ

ତୋଳେ ସ୍ନେହ ହିଲ୍ଲୋଲ

ଗ।ଧୋଇ କି ଫେରି ଆସନ୍ତି

ବେଗେ ସର୍ବେ ସଅଳ ।


ଘରକୁ ଫେରି କି ସୁନ୍ଦର

ନୂଆ ଜାମା ପିନ୍ଧନ୍ତି

ମୁଣ୍ଡ କୁ କୁଣ୍ଡାଇ ଆପଣା

ବେଶ ବାସ କରନ୍ତି ।


ତତ୍ପରେ ବାପା ଙ୍କୁ କହନ୍ତି

ଯାଉ ଅଛୁ ବଜାର

ଭାଇ ପାଇଁ କିଣି ଆଣିବୁ

ରାଖୀ ହେ ଚମତ୍କାର ।


ବାଜ।ରୁ ଦରବ ଆଣି କି

ଘର ଫେରି ଆସିଲେ

ପାଳିବେ ପରବ ସରବେ

ମନେ ଆନନ୍ଦ ମିଳେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract