ଚାଟୁରେ ସରେନି ଅନୀତି
ଚାଟୁରେ ସରେନି ଅନୀତି
ଅତ୍ୟାଚାରୀର ସ୍ତୁତି କର ଗାନ,
ତୁମର ନୀତି
ମନେ ରଖ କେବେ ଚାଟୁରେ
ସରେନି ଅନୀତି ।୧।
ଶ୍ରମର ଶୋଷଣ ସହୁଛ ତୁମେ,
ଖୋଲେନି ଟିକେ ପାଟି
ଜାଣିରଖ ଏ ସ୍ଥିତି ପତନ ପାଇଁ
ଦୁର୍ଗମ ଗିରିଘାଟୀ ।୨।
ଲାଜ ନାହିଁ କ୍ଷୀର ଢାଳୁଛ ଅଯଥାରେ
ପଥର ଉପରେ
ଗୋଇଠା ମାରୁଛ ଶ୍ରମଜୀବି ମଣିଷର
ଦେହ ଉପରେ ।୩।
ପାଟି ଖୋଲ ନାହିଁ ତୁମେ କାହାର
ବିପଦ ଓ ଦୁଃଖରେ
ପିମ୍ପୁଡିକୁ ମହୁ ଚିନି ଦେଇ ବଡ ଭକ୍ତ
ବୋଲି କୁହ ଗର୍ବରେ ।୪।
ଫିସାଦି ମୁନାଫା ପୁଞ୍ଜିର ଫନ୍ଦିରେ
ପୁରା ଫସି ରହିଛ
ଅପ ସଂସ୍କୃତି ଓ ଅନ୍ଧ ବିଶ୍ବାସ ଅବା
ଧର୍ମାନ୍ଧତାରେ ମନ ଭରିଛ ।୫।
ଆଇନଟା ହେବ ଉଦାସୀନ ନ୍ୟାୟ
ପାଇବା କିପରି
ପୁଲିସ ହାତର ଲାଠି, କିନ୍ତୁ ନୀତି
ହୋଇଛି ଘୁଷ୍-ଖୋରୀ ।୬।
ଚତୁରତାରେ ସତ୍ୟ ଘଟଣା ସବୁକୁ
ଦିଅନ୍ତି ପରା ଚାପି
ଜୀବନ ନହେବ ନିରାପଦ ଶାସନରେ
ତ ବସିଛି ପାପୀ ।୭।
ନୁହେଁ ନୁହେଁ ଏ ପ୍ରକାର ମନୋବୃତ୍ତି
ଜୀବନର ମୁକ୍ତିପଥ
ପ୍ରତିବାଦ କର ପ୍ରତିବାଦ କର ଅନ୍ୟାୟକୁ
କରି ଖଡ୍ଗକୁ ଶାଣିତ ।୮।
