ଲକ୍ଷ୍ମୀ ନାରାୟଣ ଭେଟ
ଲକ୍ଷ୍ମୀ ନାରାୟଣ ଭେଟ
ଶ୍ରୀ ବାହୁଡ଼ା ବେଳେ ନନ୍ଦିଘୋଷ ରଥ
ଶ୍ରୀନଅର ପାଖ ହେଲେ
ଲକ୍ଷ୍ମୀ ସାଆନ୍ତାଣୀ ପତିବ୍ରାତ୍ୟ ଯୋଗୁଁ
ପାଛୋଟି ନେବାକୁ ଭଲେ।
ଆସନ୍ତି ଆନନ୍ଦେ ଶ୍ରୀନଅର କତି
ଲକ୍ଷ୍ମୀ ନାରାୟଣ ଭେଟ
ଏହା ଶିକ୍ଷା ଦିଏ ଅଭିମାନ ଛାଡ଼ି
ସମାଜ ମଙ୍ଗଳ ରଟ।
ଗୋଟି ପହଣ୍ଡିରେ ଜଗନ୍ନାଥ ସ୍ଵାମୀ
ଜୟ ବିଜୟ ଦ୍ଵାରରେ
ମାଆ ଲକ୍ଷ୍ମୀଦେବୀ କବାଟ କିଳନ୍ତି
ପ୍ରତିଶୃତି 
;ପାଇ ବାରେ।
ଆହେ ମହାବାହୁ କଥା ଦିଅ ଏଠୀ
ନ ଛାଡ଼ିବ ଶ୍ରୀ ମନ୍ଦିର
ତେବେ ଅହରହ ଉନ୍ମୁକ୍ତ ରହିବ
ଏହି ଦ୍ଵାର ଶ୍ରୀ ପୟର।
ମନକୁ ଭଞ୍ଜନ କରି କଳାଚାନ୍ଦ
ଘୋଷଣା ରେ ଦେଇ ମନ
ନୀଳାଦ୍ରି ବିଜୟ ମନର ବିଜୟ
ବିଜୟ ମନସ୍କାମନ।
ଭକ୍ତ ଟିଏ ଏବେ ପ୍ରାର୍ଥନା କରଇ
କରନାହିଁ ଏତେ ସରି
ଆର ବର୍ଷ ପ୍ରଭୁ ରଥାରୂଢ଼ ହେବ
ଆହେ ନୀଳାଦ୍ରି କେଶରୀ।