STORYMIRROR

Chittaranjan Nanda

Action Inspirational Others

3  

Chittaranjan Nanda

Action Inspirational Others

ଭ୍ରଷ୍ଟ ମାନସିକତା ଗ୍ରାସ କରିଛି

ଭ୍ରଷ୍ଟ ମାନସିକତା ଗ୍ରାସ କରିଛି

1 min
134


ନାରୀର ପରିଚୟ କାହାର ଝିଅ, ବୋହୂ, ପତ୍ନୀ 

କିମ୍ବା କାହାର ମା ହିସାବରେ

ଜୀଇଥିବା ପର୍ଯ୍ଯନ୍ତ ସେ ବାଣ୍ଟି ଚାଲିଛି ପରା ତାର 

ସ୍ନେହ ନିଜର ବିନା ଅସ୍ତିତ୍ବରେ ।୧।


ପୁରୁଷ ହେଉ ରାଜା ମହାରାଜା, କବି ଲେଖକ

ନାରୀର ରୂପରେ ମୋହିତ

କବିର କଳ୍ପନା ଭିତରେ ନାରୀର ଦେହକୁ ସଦା

ତନ୍ନ ତନ୍ନ କରିଛି ଉନ୍ମୋଚିତ  ।୨।


ହେଉ ସିଏ ସାଧାରଣ ବିଷ୍ଣୁଦାସ, ଯେ କି ଥିଲା 

ଅତି ଦରିଦ୍ର ଓ କୁଷ୍ଠପୀଡିତ,

ହୁଅନ୍ତୁ ସେ ରାଜା ବିମ୍ବିସାର, ଯଏ କି ଥିଲେ 

ପରା ଅତି ଶୌର୍ଯ୍ଯବନ୍ତ   ।୩।


ଅଦ୍ଯାବଧି ବର୍ତ୍ତି ପାରି ନାହାନ୍ତି କେହି ନାରୀର

ସେ ଶୋଭା ରୂପ ପିପାସାରୁ

ପଣତଟା ସଦା ଓଦା ରହେ, କେତେ ବେଳେ 

ଲହୁ ଲୁହରେ କେଉଁ କାରଣରୁ ।୪।


ପିଣ୍ତ ବିନା ବ୍ରହ୍ମାଣ୍ତ ସଦୃଶ ଜାୟା ବିନା ସାରା

ଜଗତର ସୃଷ୍ଟି ଅସମ୍ଭବ 

ପୁରୁଷର ଆକାର ଅବସ୍ଥିତି ଅସ୍ତିତ୍ବ ଅଛି, ଅଥଚ 

ନାରୀର କିଆଁ ତା ଅଭାବ ।୫।


ପୁରୁଷକୈନ୍ଦ୍ରିକ ସମାଜରେ ପାଇବା ଆମେ 

ପୁରୁଷର ପୌରୁଷତା

ନାରୀକୁ ସଦା ସର୍ବଦା କରି ଆସିଛି ସେ କିଆଁ

ନିର୍ଯ୍ଯାତିତା ଓ ଲାଞ୍ଛିତା  ।୬।


ନିତି କୁନି କୁନି ନିଷ୍ପାପ ଶିଶୁକନ୍ଯା ଅନ୍ଯର 

ପାପାନଳରେ ଜଳି ଯାଉଛନ୍ତି,

ସନ୍ଧ୍ଯାପରେ ବିନା ଭୟେ ଆମେ ଆମ ଝିଅକୁ 

ଏକୁଟିଆ କଅଣ ଛାଡ଼ି ପାରୁଛନ୍ତି ।୭।


ଅନ୍ଯାୟ, ଅନୀତିର ଶୀକାର ହୁଏ ଅହଲ୍ଯା, ସୀତା, 

ଦ୍ରୌପଦୀ, ଅମ୍ବାପଲ୍ଲୀ, ଲୀଳାବତୀ

ଇତିଶ୍ରୀ, ବେବୀନା, ପରୀ ଯାଏ କ୍ରୋଧ/କାମନାରୁ 

କେହିହେଲେ ବାଦ୍ ପଡି ନାହାନ୍ତି ।୮।


ତାଲିବାନୀ ପ୍ରଥା ଓ ପ୍ରବୃତ୍ତିକୁ ଶତମୁଖରେ ତ

ନିନ୍ଦା ଆମେ କରୁଛେ

ଦୁଷ୍କର୍ମ କରି କୁହ ପରଦାରେଷୁ ମାତୃବତ୍ ନୀତି 

କଥା ଆମେ କିପରି କହୁଛେ ।୯।


'ଯାହାର କେହି ଅରି ନାହିଁ ସେ ନାରୀ', ତେବେ 

ସେ ବଳି ପଡୁଛି କଣ ପାଇଁ କି ?

ଘୃଣା, ତାତ୍ସଲ୍ଯ, ପରିହାସ, ଅଣଦେଖା ଖାଲି 

ସବୁ କଣ ତା ପାଇଁ ଉଦ୍ଦିଷ୍ଟ କି? ।୧୦।


ମାକୁ ସମ୍ମାନ ବୋଲି ଚିତ୍କାରକଗଣଙ୍କ ଆଖିରେ

ନାରୀ କେବଳ ଉପଭୋଗ୍ଯା ନାରୀ ନୂହେଁ କି 

ସ୍ବାଧୀନତା, ସବୁକ୍ଷେତ୍ରରେ ନାରୀଙ୍କୁ ଅଗ୍ରାଧିକାର 

କେବଳ ପ୍ରହସନ ହୋଇ ନାହିଁକି ।୧୧।


କେବଳ କଅଣ ନାରୀର ଦେହ ଅଛି, ଭାବନାରେ 

କେବଳ ନାରୀ ଶରୀର ଆସେ କାହିଁକି ?

ଭ୍ରଷ୍ଟ ମାନସିକତା ସମସ୍ତଙ୍କୁ ଗ୍ରାସ କରିଛି, ଆମେ 

ସେ କଥା ଚିନ୍ତା କରିଛେ କି ।୧୨।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action