ଇକୋ ଫ୍ରେଣ୍ଡଲୀ ରାକ୍ଷୀ
ଇକୋ ଫ୍ରେଣ୍ଡଲୀ ରାକ୍ଷୀ
ଜରି ପଲିଥିନ ପ୍ଲାଷ୍ଟିକ ସୂତାରେ
ହେଉ ଥିଲା ରାକ୍ଷୀ ମାନ
କରି ଚାଲି ଥିଲା ଅଧିକ ଆତଙ୍କ
ପରିବେଶ ପ୍ରଦୂଷଣ ।
ଏବେ ପରିବେଶ ସୁରକ୍ଷା ପାଇଁ କି
ଆଗ୍ରହ ପ୍ରକାଶ ପାଇ
ରାକ୍ଷୀ ମାନ କେତେ ବାହାରିଛି ଯାହା
ଅଟଇ ଇକୋ ଫ୍ରେଣ୍ଡଲୀ ।
ସୂତା ଓ ପତର ସଜାଇ ତିଆରି
ହୋଇଛି ସମ୍ପ୍ରତି ରାକ୍ଷୀ
ଆଗର ଅଧିକ ଅସୁବିଧା ଆଉ
ପରିବେଶ କ୍ଷୟ ଦେଖି ।
ସବୁଜ ସୁନ୍ଦର କରିବା ଦିଗରେ
ପ୍ରେରଣା ପ୍ରଦାନ ପାଇଁ
ମଞ୍ଜି ଗୁଡ଼ିକରେ ପ୍ରସ୍ତୁତ ଅନେକ
ଗଢା ଯାଇଥିବା ରାକ୍ଷୀ ।
ପୋତି ଦେଲେ ତାହା ଗଛ ଉଠିଯିବ
ପରିବେଶ କ୍ଷୟ ଦୂର
କରି କରିବ ସେ ରାକ୍ଷୀ ବାନ୍ଧିଲେ ଯେ
ପ୍ରକୃତି କୋଳ ସୁନ୍ଦର ।
