STORYMIRROR

Satyanarayan Sahoo

Abstract Tragedy Action

3  

Satyanarayan Sahoo

Abstract Tragedy Action

ରାକ୍ଷୀ ପୂର୍ଣ୍ଣିମାର ଦୁଃଖ

ରାକ୍ଷୀ ପୂର୍ଣ୍ଣିମାର ଦୁଃଖ

1 min
134


ଛୋଟ ଭାଇଟିକୁ କାଖାଇ କାଖରେ

ଟିକି ଭଉଣୀଟେ ଆଜି

ବେଶ ବାସ କାନ୍ତି ମଉଳି ଯାଇଛି

ଦେହ ଯେ ଯାଇଛି ଶୁଖି ।

ନିସ୍ତେଜ ଆଖିରେ ଅନାଇ ରହିଛି

ରାକ୍ଷୀ ପୂର୍ଣିମା ସକାଳେ

ବଜାର ଅଞ୍ଚଳ ବୁଲି ବୁଲି ଦେଖେ

କେତେ କେତେ ଚମତ୍କାରେ ।

ରାକ୍ଷୀ ମାନ ସବୁ ସଜା ସଜି ହୋଇ

ଦେଖେ ଥୁଆ ହୋଇଥାଏ 

ଦେଖି ଦେଖି ଚାହିଁ ଆନନ୍ଦ ଉଲ୍ଲାସ

ହେଉଥାନ୍ତି ସେ ବେନିଏ ।

ଦେଖେ ଶତ ଶତ ଲୋକ ବାକ ଆସି

ରାକ୍ଷୀ ବାଛି କିଣୁ ଥାନ୍ତି

ବାନ୍ଧିବା ପାଇଁ କି ଆଗ୍ରହ ଥିଲେ ବି

ପଇସା କଉଡ଼ି କାହିଁ ।

ଲୋକମାନଙ୍କର ଆଗରେ ଅନାଇ

ମାଗି ନ ପାରେ କେଉଁଠି

ଭାଇଟି ତାହାର ଦେଖି ଚାଲି ଥାଏ

ଭଳି ଭଳି କେତେ ରାକ୍ଷୀ ।

କୋମଳ ନୟନେ ଅଶ୍ରୁଜଳ ବହି

ଯାଇଛି ଶୁଖି ତାହାର 

ଏ ମଳିନ ବେଶ ବାସ ଚାହିଁ ତାର

ହେବ ଭାଳି ହତାଦର ।

ଜାଚି କେ ନ ଦିଏ ନ ପଚାରେ କିଏ

ତାହାକୁ କେବେବି ଦେଖି

ନଦେଖିଲା ଭଳି ସର୍ବେ ଯାନ୍ତି ଚାଲି

ଆପଣାର ରାକ୍ଷୀ କିଣି ।

ହୁରୀ ପଡ଼ିବାରୁ ସହସା ଛକିତେ 

ଧାଇଁଲେ ସେ ଆଡେ ସର୍ବେ

ଫାଟି ପଡୁଥାଏ କୋଳାହଳ ପୂର୍ଣ୍ଣ

ଚୋର ଚୋର ଘୋର ରାବେ ।

ଦୁଷ୍ଟ ଗନ୍ଧିଆ ଯେ ମିଛରେ ଲୋକଙ୍କୁ

ଉସୁକାଇ ମାଡ ମାରି

ଯାଇ ଦେଖିବାରୁ  ଫିଠିକୁ ଫଟାଇ

ଦେଇଛି ଦିହିଁଙ୍କୁ ତଡ଼ି ।

ଦାରିଦ୍ର୍ୟ ଯୋଗୁଁ ସେ ଘୋର ତର ଦୁଃଖେ

ଅକାରଣେ ନିର୍ଯ୍ୟାତନା

ସହ୍ୟ କରିଲେ ଯେ କ୍ରୁର ସମାଜରେ

ଧନ୍ୟ ଏ ରାକ୍ଷୀ ପୂର୍ଣ୍ଣିମା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract