ରାକ୍ଷୀ ପୂର୍ଣ୍ଣିମାର ଦୁଃଖ
ରାକ୍ଷୀ ପୂର୍ଣ୍ଣିମାର ଦୁଃଖ
ଛୋଟ ଭାଇଟିକୁ କାଖାଇ କାଖରେ
ଟିକି ଭଉଣୀଟେ ଆଜି
ବେଶ ବାସ କାନ୍ତି ମଉଳି ଯାଇଛି
ଦେହ ଯେ ଯାଇଛି ଶୁଖି ।
ନିସ୍ତେଜ ଆଖିରେ ଅନାଇ ରହିଛି
ରାକ୍ଷୀ ପୂର୍ଣିମା ସକାଳେ
ବଜାର ଅଞ୍ଚଳ ବୁଲି ବୁଲି ଦେଖେ
କେତେ କେତେ ଚମତ୍କାରେ ।
ରାକ୍ଷୀ ମାନ ସବୁ ସଜା ସଜି ହୋଇ
ଦେଖେ ଥୁଆ ହୋଇଥାଏ
ଦେଖି ଦେଖି ଚାହିଁ ଆନନ୍ଦ ଉଲ୍ଲାସ
ହେଉଥାନ୍ତି ସେ ବେନିଏ ।
ଦେଖେ ଶତ ଶତ ଲୋକ ବାକ ଆସି
ରାକ୍ଷୀ ବାଛି କିଣୁ ଥାନ୍ତି
ବାନ୍ଧିବା ପାଇଁ କି ଆଗ୍ରହ ଥିଲେ ବି
ପଇସା କଉଡ଼ି କାହିଁ ।
ଲୋକମାନଙ୍କର ଆଗରେ ଅନାଇ
ମାଗି ନ ପାରେ କେଉଁଠି
ଭାଇଟି ତାହାର ଦେଖି ଚାଲି ଥାଏ
ଭଳି ଭଳି କେତେ ରାକ୍ଷୀ ।
କୋମଳ ନୟନେ ଅଶ୍ରୁଜଳ ବହି
ଯାଇଛି ଶୁଖି ତାହାର
ଏ ମଳିନ ବେଶ ବାସ ଚାହିଁ ତାର
ହେବ ଭାଳି ହତାଦର ।
ଜାଚି କେ ନ ଦିଏ ନ ପଚାରେ କିଏ
ତାହାକୁ କେବେବି ଦେଖି
ନଦେଖିଲା ଭଳି ସର୍ବେ ଯାନ୍ତି ଚାଲି
ଆପଣାର ରାକ୍ଷୀ କିଣି ।
ହୁରୀ ପଡ଼ିବାରୁ ସହସା ଛକିତେ
ଧାଇଁଲେ ସେ ଆଡେ ସର୍ବେ
ଫାଟି ପଡୁଥାଏ କୋଳାହଳ ପୂର୍ଣ୍ଣ
ଚୋର ଚୋର ଘୋର ରାବେ ।
ଦୁଷ୍ଟ ଗନ୍ଧିଆ ଯେ ମିଛରେ ଲୋକଙ୍କୁ
ଉସୁକାଇ ମାଡ ମାରି
ଯାଇ ଦେଖିବାରୁ ଫିଠିକୁ ଫଟାଇ
ଦେଇଛି ଦିହିଁଙ୍କୁ ତଡ଼ି ।
ଦାରିଦ୍ର୍ୟ ଯୋଗୁଁ ସେ ଘୋର ତର ଦୁଃଖେ
ଅକାରଣେ ନିର୍ଯ୍ୟାତନା
ସହ୍ୟ କରିଲେ ଯେ କ୍ରୁର ସମାଜରେ
ଧନ୍ୟ ଏ ରାକ୍ଷୀ ପୂର୍ଣ୍ଣିମା ।
