STORYMIRROR

Akshayakumar Dash

Action Fantasy Inspirational

3  

Akshayakumar Dash

Action Fantasy Inspirational

ବିଷାକ୍ତ ବଳୟ

ବିଷାକ୍ତ ବଳୟ

1 min
145

ବାହାରକୁ ଯିବାକୁମନା

ଗହଳିକୁ, ସଂସ୍କୃତି,କର୍ମକର୍ମାଣୀ

ମନ୍ଦିର, ଦେବାଳୟ ମନା

ନିହାତି ଦରକାରତ

ଦୂରତ୍ୱ ରଖି ଚାଲିବାକୁ

ମୁଖ ନାକରେ ତୁଣ୍ଡି ବାନ୍ଧି

ହସ୍ତ ପ୍ରକ୍ଷାଳନ କରି

ଯିବାକୁ ନିର୍ଦ୍ଦେଶ।

ଟ୍ରେନ କି ବସ ବୌମଯାନ

ସବୁ ଯାତ୍ରାରେ କଟକଣା

ବିଚରା ମଣିଷ ଆଜି ନିଃସହାୟ

ଜନଜୀବନ, ଜୀବିକା ଠପ

ପୃଥିବୀ ସାରା ବିଷ ବଳୟ ।

ବିଜ୍ଞାନ କୁହେ ଭୂତାଣୁର ପ୍ରଭାବ

ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ

କେତେ କେତେ ଜୀବନ ନେଲାଣି

କାଳେ ସକାଳେ ଝଡିଯାଇପରେ

ପ୍ରାଣପକ୍ଷୀ ଆତଙ୍କିତ

ଡରି ମରି ହଜିଛି ତା ସ୍ବପ୍ନ।

ପ୍ରକୃତିର ନିୟମ କଠୋର

ସମୟ ଅଗ୍ନି ପରୀକ୍ଷା

ଅହଂକାରର ଶକ୍ତିଉପରେ

ଭୂତାଣୁର ବିଭୀଷିକା

ଅତି ସାମାନ୍ୟବି ଅସାଧାରଣ

ସୃଷ୍ଟି କରିଛି ବିଷାକ୍ତ ବଳୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action