STORYMIRROR

Anjana Naik,Anju..Deogarh

Abstract Romance Fantasy

3  

Anjana Naik,Anju..Deogarh

Abstract Romance Fantasy

ପ୍ରେମର ସାମିଆନା

ପ୍ରେମର ସାମିଆନା

1 min
152

ରାସ୍ତା କଡ଼ରେ ଫିଙ୍ଗା ହୋଇଥିବା

ସ୍ନେହର ସେଇ ସର୍ତ୍ତହୀନ ସାମିଆନାଟି

ଆକାଶତଳେ ଉଡ଼ୁଥିଲା କୋଣରୁ କୋଣକୁ

କିଛି ସମୟର ଅବହାୱାରେ

ମରୀଚିକା ପଛରେ ଧାଇଁ ମୁଁ ତ ନୟାନ୍ତ

ତା ପାଦରେ ପାଦ ମିଳାଉଛି ବା କେବେ

ଜଣା ନାହିଁ ଥଳ-କୁଳ ତଥାପି ଉଡ଼େ

ସେ ଅମାନିଆ ହୋଇ ଏଇ ନୀଳ ଆକାଶରେ

ଭଙ୍ଗାରୁଜା ସ୍ବପ୍ନ ସବୁ ସାଉଁଟ

ଗଣ୍ଠିଲି ବାନ୍ଧି ରଖିଚି

ଗୋଟେ ଠିକଣା ଖୋଜେ

ଛୋଟ ଗୋଟେ ନିଡ଼ ଗଢ଼ିବା ଆଶାରେ ।

 

ଆକାଶ ତଳେ ତ ଥିଲା ଅନେକ ଠିକଣା

ସେ ବାଛିନେଇଛି କେବେଠୁ ମୋ ଅଗଣା

ସବୁ ଋତୁ ଡେଇଁ ଯେବେ

ସେ ଖୋଜେ ଅଚ଼ିହ୍ନା,ସେଇ

ପ୍ରେମ ରୂପକ ସପ୍ତମ ଋତୁକୁ

ମୁଁ ଅବାଧ ଖିଆଲରେ ଭାସି ଭୁଲିଯାଏ

ଶ୍ରାବଣର ମୁଷଳ ଧାରାକୁ ଆଉ

କାଳ ବୈଶାଖୀ ର କୃର ତାଣ୍ଡବକୁ

ନିମିଷକେ ଜୀବନର ବାସ୍ତବତା ମୋତେ

ବିବଷ କରେ ବେଳ-ଅବେଳରେ 

ପୁଣି ସାତ ଜନମ ପାଇଁ ତା ସହିତ

ସାଲିସ୍ କରି ବଞ୍ଚିବାର ମୋହ ଭରେ

ମୋର ପ୍ରତ୍ୟେକ ନିଶ୍ବାସ ପ୍ରଶ୍ବାସରେ ।


ଜାଣି ପାରିଲିନି ତାର ମୋର ଥିବା 

ଭିତିରି ମରମ ଭେଦକୁ 

କେତେବେଳେ କେମିତି ଅଜାଣତରେ

ଯୋଡ଼ି ହୋଇ ଯାଇଛି

ତାର ସେ ଅମାନିଆ ଭାବରେ

କେତେ ଯୁଗ ପାଇଁ କେଜାଣି

ଯେମିତି ସୂର୍ଯ୍ୟ ସଙ୍ଗେ ତେଜ 

ଆଉ ଜହ୍ନ ସଙ୍ଗେ ଜ୍ୟୋସ୍ନାର ସମ୍ପର୍କ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract