କଠୋର ମଣିଷ
କଠୋର ମଣିଷ
ପ୍ରାଣୀ ମଧ୍ୟେ ପ୍ରାଣୀ
ସେ ତ ଶ୍ରେଷ୍ଠ ପ୍ରାଣୀ
ଦୟା କରୁଣା ଭାବ
ତାର ମନେ ନାହିଁ
କରି ଚାଲିଛି ଅତ୍ୟାଚାର
ଉଦ୍ଭିଦ ହେଉ କି ପ୍ରାଣୀ ଜଗତ
ତା ପାଶେ ନାହିଁ ରକ୍ଷା କା'ର
ନିର୍ଦ୍ଦୟ ସେ କଠୋର ମଣିଷ ।
ଭକ୍ଷଣ କରେ ସେ
ମୂକ ଜୀବକୁ ମାରି
ରାକ୍ଷସ ଠୁ ବି ସେ ବଳି
ଦିଶେନା ତାକୁ ଅଶ୍ରୁ କାର
ସେ କଠୋର ମଣିଷ ।
ବଞ୍ଚିବାକୁ ଯିଏ ତାକୁ
ଦେଉଅଛି ଶୁଦ୍ଧ ବାୟୁ
ତା ବିନାଶ ପଛେ ଲାଗିଛି
ଏ ସ୍ୱାର୍ଥ କାରୀ ଢେଉ ।
ଇଚ୍ଛାରେ ନାହିଁ ଅନ୍ତ ତାର
କେବେ କୋଠା ଖୋଜେ ତ
କେବେ ଗୃହ ଉପକରଣ
ଟିକିଏ ଖୁସି ପାଇଁ
ହଜାରେ ବୃକ୍ଷକୁ କାଟି
କରି ଦିଏ ତାରତାର
ସେ କଠୋର ମଣିଷ।
ଜଳ ଜୀବ ପ୍ରତି
ନାହିଁ ତାର ଦୟା
ଦୂଷିତ ଜଳ ଛାଡ଼ି
କରେ ଜଳଜୀବକୁ ହତ୍ୟା
ସେତିକି ରେ ତାର
ମନ ଯେ ନ ମାନେ
ବିନା କାରଣେ କରେ
ଯାନ ର ବ୍ୟବହାର
ଦୂଷିତ ବାୟୁ ଛାଡ଼ି
ନିଜ ଉପରେ କରେ ଅତ୍ୟାଚାର
ସେ କଠୋର ମଣିଷ ।।
