STORYMIRROR

Ajaya Mahala

Fantasy Others Romance

3  

Ajaya Mahala

Fantasy Others Romance

କସ୍ତୁରୀର ସନ୍ଧାନରେ

କସ୍ତୁରୀର ସନ୍ଧାନରେ

1 min
25.7K


କସ୍ତୁରୀର ସନ୍ଧାନରେ

ବହିଟିଏ ତୁମେ ନିଜେ
ସେଇଥି ପାଇଁ
ମୁଁ ଓହ୍ଲେଇ ଯାଏ
ତୁମ ଫେସବୁକ ଟାଇମଲାଇନରେ
ତଳକୁ ତଳକୁ, ଆହୁରି ତଳକୁ
ତୁମକୁ ମୂଳରୁ ଭଲ ଭାବେ
ପଢିବା ପାଇଁ

ଲାଗେ ଯେମିତି
କେଉଁଠି ତୁମେ ନିୟନ୍ତ୍ରଣ କକ୍ଷରୁ
ମୋର ପ୍ରତ୍ୟେକ ପଦପାତ କୁ
ଲକ୍ଷ୍ୟ ରଖିଛ
ଆଉ ମୁଁ କୈଦ ହୋଇଯାଇଛି
ଅନାମନ୍ତ୍ରିତ ଆଗନ୍ତୁକ ପରି
ଅଜାଣତ ରେ ରେକର୍ଡ
ହେଉଥିବା ସିସିଟିଭିର ଫୁଟେଜରେ

ପୁଣି କେବେ ଲାଗେ
ଗୁଣ୍ଡାଟି ପରି ତୁମ ପୃଷ୍ଠାରେ
ଜୋତାର ଠକ୍ ଠକ୍ ଶବ୍ଦ ସହ
ମୁଁ ଅନଧିକାର ପ୍ରବେଶ କରୁଛି
ଆଉ ତୁମେ କୁନି ଝିଅଟି ପରି
ଲୁଚି ଯାଇଛ
ଆଲମାରୀ ପଛପଟେ
ଦୁଇ ହାତରେ ଯୋର କରି
ଚାପି ଧରିଛ ନିଜର ମୁହଁ
କାଳେ ଉଁ କି ଚୂଉଁ ବାହାରିଯିବ
ତୁମ ପାଟିରୁ


ଫେସବୁକରେ ତୁମ ପେଜ୍ ରେ
ବୁଲୁବୁଲୁ ଲାଗେ
ଯେମିତି ମୁଁ ପୋଲିସ ହୋଇ ପଶି ଆସିଛି
ତୁମ ଆଦିବାସୀ ଗାଁରେ
ଅବୈଧ ମହୁଲି ମଦର ଖବର ପାଇ
ଆଉ ଜବତ କରିବା ପାଇଁ
ମଦ ତିଆରିର ସାଜ ସରଞ୍ଜାମ
ତୁମ ପୋଷ୍ଟ ଗୁଡିକ
ହଠାତ ଛିଡା ହୋଇ ଯାନ୍ତି
ନିଷ୍ପାପ ଆଦିବାସୀ କିଶୋରୀଙ୍କ ପରି
ଡରରେ, ଲାଜରେ
କେବେ କ୍ରୁଦ୍ଧ ବି ହୁଅନ୍ତି ସେମାନେ
ସୁଯୋଗ ପାଇଲେ ଯେମିତି ସେମାନେ
ଲୁଚି ଲୁଚି କେଉଁ ଗଛ ସେପଟୁ
ତୀର ବର୍ଷାରେ ମତେ ଗଡ଼ାଇ ଦେବେ

କେତେ ସମ୍ମାନ କରେ
ତୁମର ମୁଁ
ଗୋଟେ କଥା କହିବି ? ହସିବ ନାହିଁ
ମୁଁ ତ ଜୋତା ଓହ୍ଲାଇ ତୁମ
ଫେସବୁକ ପେଜକୁ ପଶିଥାଏ


ଦେଖ ମୁଁ ଆସୁଛି
ତୁମ ଗାଁକୁ ଏବେ
ଆଦିବାସୀଙ୍କ ଭିତରେ
ଆଦିବାସୀଟିଏ ହୋଇ
ମହୁଲି ନିଶାରେ
ଗୀତ ଗାଇ ଗାଇ
ଆଉ ଆଣିଥିବା ଖେଳନା ଗଡେଇ ଦେଉଛି
ସେ ହଲ ଭିତରର
ଆଲମାରୀ ପଛପଟକୁ
କିଛି ନ ଜାଣିଲା ପରି


ଦେଖୁନ ମୁଁ କିପରି
ତୁମ ବୈଠକ ରୁମ ର ଜିନିଷ
ଜାଣିଶୁଣି ଏପଟ ସେପଟ କରିଦିଏ
ନ ହେଲେ ଜାଣିବ କେମିତି
କେହିଜଣେ ଆସିଥିଲା
ତୁମ ପୃଷ୍ଠାକୁ

କେଡେ ଆଶାୟୀ ଏ ମନ !
କଣ କଣ କରି ନ ବସୁଛି
ସାହଚର୍ଯ୍ୟ ଟିକକ ପାଇଁ
କାଳେ ମତେ ଦେଖୁଥିବ ଭାବି
ହସି ଚାହିଁ ରହେ ଦୁଇ ମିନିଟ
ସିସିଟିଭି କ୍ୟାମେରା ଆଡେ
ତା ପରେ ମୁହଁରେ
ଉତୁରି ଆସୁଥିବା ନିରାଶାକୁ
ମୁହଁରେ ଲୁଚାଇ
ଫେରିଯାଏ


Rate this content
Log in

Similar oriya poem from Fantasy