STORYMIRROR

Krushnapriya Mohapatra

Abstract Classics Children

4  

Krushnapriya Mohapatra

Abstract Classics Children

କୃଷକ ଭାଇ

କୃଷକ ଭାଇ

1 min
26

କୃଷକ ଭାଇରେ, କୃଷକ ଭାଇ,

ବିଲ କାମରୁ ତୋ ବିରତି କାହିଁ।

ବରଷକ ଯାକ କ୍ଷେତ ଭିତରେ

କାମ କରୁ ତୁହି ମନ ଖୁସିରେ।

ତୋ,ଲାଗି ଧରଣୀ ରହିଛି ଚାହିଁ,

ହଳ କରିଦେ ଲଙ୍ଗଳ ନେଇ।

ମଞ୍ଜି ବୁଣି ତୁହି ହୋଇବୁ ଖୁସି,

ଆକାଶୁ ବରଷା ପଡ଼ିଲେ ଖସି।

ଗଜା ହୋଇ ଗଛ ବଢ଼ଇ ଯେବେ,

ମନ ତୋର ଖାଲିଖୁସିରେ ନାଚେ।

ଧାନ ,ଗହମ କି ହେଉ ବାଜରା

ଶଷ୍ୟ ପାଇଁ ତୋର ପରଶ ଲୋଡ଼

ଚଷାଭାଇ ଆଉ ଧରଣୀ ସିନା,

ଦେଉଛନ୍ତି ଆମ ମୁହଁରେ ଦାନା ।

ବରଷକ ପରିଶ୍ରମ କରଇ

ସୁନା ଫଳାଏ ସେ ଟାଙ୍ଗରା ଭୂଇଁ

ତା,ପରି କିଏ ସେ ଅଛି କି ପୁଣି

ଆମେ ସର୍ବଦା ଯେ ତାପାଖେ ୠଣୀ।

ଦେଶ ପାଇଁ ଯେବେ ଚାହୁଁଛ ଭଲ

ଚାଷ କାମ ଟିକୁ ଆଦର କର ।

ସୀମାରେ ସୈନିକ ବିଲରେ ଚାଷୀ

ଋଣୀ ତାଙ୍କ ପାଖେ ଯେ ଦେଶବାସୀ

ସଲାମ ତୁମକୁ ହେ ଚାଷୀଭାଇ

ଧନ୍ୟ ତୁମେ ତୁମ କର୍ତ୍ତବ୍ୟ ପାଇଁ।



Rate this content
Log in

Similar oriya poem from Abstract