କରୋନା
କରୋନା
ଦିନ ରାତି ବିତିଗଲା
ଘରେ ଏକା ରହି ରହି
ସ୍ବାଧୀନତା ହଜିଗଲା
ଚେପା ନାକିଆଙ୍କ ପାଇଁ ପାଇଁ ପାଇଁ
ଯାଇ ପାରୁ ନାହିଁ
ଘରୁ ବାହାରକୁ
କେତେ ଯେ ବଞ୍ଚିବି
ବନ୍ଦୀ ଜୀବନକୁ
କିଆଁ କର ଏତେ କଲବଲ
କରୋନା ଲୋ
ଏ କି କଲ
ବନ୍ଦୀ କରି ମାରି ଦେଲ ।
ନିତି ମୋର ମନ ଖୋଜେ
ପୁରୁଣା ସ୍ମୃତିର ଦିନ
କିଏ ଆଉ ଫେରେଇବ
ସ୍ବାଧୀନତା'ର ସେ ଚିହ୍ନ
ଜାଣି ପାରୁ ନାହିଁ, ବଞ୍ଚିବି କି ନାହିଁ
ସ୍ୱାଧୀନତା ଗୋ କାହିଁ ଗଲ
କରୋନା ଲୋ
ଏ କି କଲ
ବନ୍ଦୀ କରି ମାରି ଦେଲ ।
ଭୁଲିବାକୁ ସେ ଦରଜ
ନୁହେଁ ତ ଏତେ ସହଜ
ଭୁଲିବାକୁ ଚାହିଁଲେ ବି
ନୂଆ ରୂପେ ତୁମେ ହୁଅ ସଜବାଜ
ବୁଝି ପାରେ ନାହିଁ, ଜିଇଁବି କେମିତି
ଜୀବନକୁ ତୁମେ ପାଣି କରିଲ
କରୋନା ଲୋ
ଏ କି କଲ
ବନ୍ଦୀ କରି ମାରି ଦେଲ ।
