STORYMIRROR

Kali Kumar

Comedy Tragedy Classics

3  

Kali Kumar

Comedy Tragedy Classics

କରୋନା

କରୋନା

1 min
166

ଦିନ ରାତି ବିତିଗଲା

ଘରେ ଏକା ରହି ରହି

ସ୍ବାଧୀନତା ହଜିଗଲା

ଚେପା ନାକିଆଙ୍କ ପାଇଁ ପାଇଁ ପାଇଁ

ଯାଇ ପାରୁ ନାହିଁ

ଘରୁ ବାହାରକୁ

କେତେ ଯେ ବଞ୍ଚିବି

ବନ୍ଦୀ ଜୀବନକୁ

କିଆଁ କର ଏତେ କଲବଲ

କରୋନା ଲୋ

ଏ କି କଲ

ବନ୍ଦୀ କରି ମାରି ଦେଲ ।

ନିତି ମୋର ମନ ଖୋଜେ

ପୁରୁଣା ସ୍ମୃତିର ଦିନ

କିଏ ଆଉ ଫେରେଇବ

ସ୍ବାଧୀନତା'ର ସେ ଚିହ୍ନ

ଜାଣି ପାରୁ ନାହିଁ, ବଞ୍ଚିବି କି ନାହିଁ

ସ୍ୱାଧୀନତା ଗୋ କାହିଁ ଗଲ

କରୋନା ଲୋ

ଏ କି କଲ

ବନ୍ଦୀ କରି ମାରି ଦେଲ ।

ଭୁଲିବାକୁ ସେ ଦରଜ

ନୁହେଁ ତ ଏତେ ସହଜ

ଭୁଲିବାକୁ ଚାହିଁଲେ ବି

ନୂଆ ରୂପେ ତୁମେ ହୁଅ ସଜବାଜ

ବୁଝି ପାରେ ନାହିଁ, ଜିଇଁବି କେମିତି

ଜୀବନକୁ ତୁମେ ପାଣି କରିଲ

କରୋନା ଲୋ

ଏ କି କଲ

ବନ୍ଦୀ କରି ମାରି ଦେଲ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy