STORYMIRROR

PURNA CHANDRA PANDA Purna

Action Inspirational Others

3  

PURNA CHANDRA PANDA Purna

Action Inspirational Others

କର୍ଣ୍ଣର ଆକାଂକ୍ଷା

କର୍ଣ୍ଣର ଆକାଂକ୍ଷା

1 min
318


ଜାଣିଛକି କିଏ କୁହ ପୃଥିବୀରେ, ଅନେକ ଖୋଜନ୍ତି ସବୁବେଳେ କିଛି, ପାଇବାର ମୋହ ନେଇ l


ସୁଖୀ ସେଇ ନର ପାଏ ସୁଖ ଘର, ଛୁଇଁ ଯାଏ ଥରେ ବିଦାରି ଲୁହର, ହୃଦୟର ବେଳାଭୂଇଁ l


କୁନ୍ତୀପୁତ୍ର କର୍ଣ୍ଣବୀର ଏକଦିନେ, ପାଇଥିଲା ଦେଖା ଭଲପାଇବାର, ବିଳପିତ ହୃଦୟକୁ l


ସେଥିପାଇଁ ସହୀ ଦେଇଥିଲା ଯାଇ, ଅଡlକରl ସତ୍ତ୍ୱେ ଯାଜ୍ଞସେନୀ ହାତେ, କଣ୍ଟା ଯୁକ୍ତ ଗୋଲାପକୁ


ସ୍ନିଗ୍ଧ ଗୋଲାପର ସଦ୍ୟ ଆକର୍ଷଣ, ଚହଲlଇ ଦେଲା ଦ୍ରୌପଦୀର ଧ୍ୟାନ, ଗୋଲାପର ଆହ୍ୱାନରେ


ପରିବେଶ ହେଲା ନୀରବ ନିଶ୍ଚଳ, କର୍ଣ୍ଣଠାରେ ଥିବା ମାନସିକ ବଳ ଦ୍ରୌପଦୀ ହେଜିଲା ବାରେ l


ଗୋଲାପ କଣ୍ଟାର ଆଘାତ ହେବାରୁ, ଲହୁ ଝରିଗଲା କାମିନୀ ହାତରୁ, ବୀରର ମନ ଅଥୟ l


ଇଚ୍ଛା ଜନମିଲା ଧାଇଁ ଯିବାପାଇଁ, ଛାତିରେ ଜାବୋଡ଼ି ଧରି ନେବାପାଇଁ, ପୋଛନ୍ତା ଆଖିର ଲୁହ


କିନ୍ତୁ ଅଡlକରl ପ୍ରସାଦ ପ୍ରବେଶ, କଟୁକଥା ଶୁଣିଥିଲା ସେ ଅବଶ୍ୟ, ସମ୍ଭାଳି ନେଲା ନିଜକୁ l


କ୍ଷଣେ ଲେଉଟିଲା ରାଜ ଉଆସରୁ, ନିଜ ଦେହେ ରୋପି ନିଜ କୋହ ତରୁ, ତ୍ୟାଗକଲା ଭଲପାଇବାକୁ l


ବିଷଦ ବିଦୀର୍ଣ୍ଣ ହୃଦୟ କମଳ, ରମଣୀ ନିକଟେ ଅଜାଡ଼ି ସକଳ, ଚାହିଁଲାନି ସେ ପଛରୁ l


ଯଦି ଜାଣିଥିଲା ରାଜ ପ୍ରସାଦରେ, କେହି ଜଣେ ନାହିଁ ସମକକ୍ଷ ତାରେ, ତଥାପି ସାଜିଲା ଭୀରୁ l


ତେଣୁ ଆଗୋ ସହୀ ଆଜି ମୁଁ ଖୋଜୁଛି, ବିଜନବେଳାରେ ବୁଣି ଦେବା ପାଇଁ, ଭଲ ପାଇବାର ମଞ୍ଜି ତମଠେଇଁ l


ହୃଦୟ ଭାଙ୍ଗିବା ଶେଷୁ ପ୍ରିୟା ଆସ, ଭରିଦିଏ ତମ ଅଧରରେ ସହସ୍ର, ଚୁମ୍ବନ ଆର ଜନ୍ମପାଇଁ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action