କୋମଳାଙ୍ଗ
କୋମଳାଙ୍ଗ


ରତି କାନ୍ତ ରାତି ରତି ରେ ଉନ୍ମୁକ୍ତ
କାମିନୀ ଭୁଅଙ୍ଗ ରଙ୍ଗେ ପ୍ରସାରିତ
ଛଳନା ଦିମୁଖେ ଅସ୍ପଷ୍ଟେ ଶୋଭିତ
ବୁକୁର ବେଦନା କିନ୍ତୁ ପ୍ରଶମିତ।
ଅବସୋଷେ ସେ ଅଯୋଗ୍ୟ ବୋଲାଏ
ଅବା ଅଶାନ୍ତିର ଚିତ୍ର ବଦନେ ଖେଳାଏ
ସୂକ୍ଷ୍ମ ବସ୍ତ୍ର ଅସଜଡା ନବଧା ଅଙ୍ଗେ
ଶୃଙ୍ଗାରକ ଲିପା ଲଲାଟୁ ଧୂମକେତୁ ଭଙ୍ଗେ।
କ୍ଷିତି ଯେହ୍ନେ ନିରୀହ ଅବଳା ପଯୋଧର
ତହିଁ ଅଲୋଡ଼ା ବାବୁରୀ ସତେ ଅବା ଜଳଧର
ଏଣୀନଯନା ଫିଟାଇ ଯେତେକ ଗୁମର
ସେନେହେ ରଚନ୍ତି ପ୍ରୀତି,ସ୍ପର୍ଶ ସୁମନର।