କଲମର କରାମତି
କଲମର କରାମତି
ଲେଖନୀରୁ ଲେଖା ଆରମ୍ଭିଲା ଯେବେ
ନାଆଁ ଥିଲା ପର କଲମ ।
ଦୂଆତେ କଲମ ବୁଡେଇ ଲେଖିବା
ସେଇଠୁ ହୋଇଲା ଆରମ୍ଭ ।
ତାପରେ ତାର ଆଧୂନିକରଣ
କେହି କଲେ ଯେବେ ଭିଆଣ
ପର କଲମଟି ଝରକଲମରେ
ପରିଣତ ହେଲାଟି ଜାଣ ।
କଲମ ଚାଳକ ଅଟଇ ଚାଲାକ
ତହାକୁ କରି ଆଧାର ।
ନେଇଗଲା କାର ଜମି ବଡିଘର
ଯାହାଥିଲା ଲୋକଙ୍କର ।
ଲେଖିଗଲା କିଏ ଇତିକଥା ସବୁ
ହେଇଗଲା ଇତିହାସ ।
କଲମକୁ ନେଇ ଗରବ କରି ସେ
ଅରଜିଲା ଦେଶେ ଯଶ ।
ଦର୍ଶନ ବିଦ୍ଯାକୁ ଲେଖି କଲମରେ
ବୋଲାଇଲା ଦାର୍ଶନିକ ।
ଶାସକ ମାନଙ୍କ ଶାସନ ନିଶାନୀ
କଲମେ ସେ ପ୍ରଶାସନିକ।
କବୀ କଳ୍ପନାର ତୂଳୀ ସମ ସିଏ
ଆଙ୍କେ କେତେ ନବ ଚିତ୍ର ।
ଗାଳ୍ପିକ ପ୍ରଗଳ୍ଭ ପ୍ରମତ୍ତ ଲେଖନ
ୀ
ନେତା କରେ ଦସ୍ତଖତ ।
ସାଂବାଦିକର ସେ ଅମୋଘ ଅସ୍ତ୍ର
ଲେଖେ ଲୋକ ହିତ କଥା ।
ଅପରାଧୀ ପାଇଁ କଚେରୀ ଭିତରେ
ଜଜ୍ ଲେଖେ ଦଣ୍ଡ ଗାଥା।
ଡାକ୍ତର ଲେଖଇ ଔଷଧ ସେଥିରେ
ରୋଗୀ ପାଏ ନୂଆ ଜନ୍ମ ।
ପାଠୁଆ ହାତର କରଣୀଟି ସିଏ
ଜୀବନ ହୁଏତା ଧନ୍ଯ ।
ଖଡ୍ଗ ଠାରୁ ବଳି କଲମ ଅଟଇ
ନିରବ ବିପ୍ଳବ ଅସ୍ତ୍ର ।
କଲମରେ ଏବେ ଲେଖା ଲେଖି
ଯେତେ ଜ୍ଞାନ ବିଜ୍ଞାନ ଶାସ୍ତ୍ର ।
କଲମ ଲେଖିଛି ଯୁଗଯୁଗ କଥା
କାଗଜର ପୃଷ୍ଠାପରେ ।
ଅମର ରହିଛି ବିଶ୍ବ ଇସ୍ତାହାରେ
କାଲିର ଅପେକ୍ଷାରେ ।
ଧନ୍ଯ କଲମ ସେ ଧନ୍ଯ ତାର ସୃଷ୍ଟି
ପର ହିତେ ସଦା ଥାଏ ।
ପୁରାକଳରୁ ସେ ଏ କାଳ ଯାଏ
ନୂଆ ଗାଥା ରଚି ଥାଏ ।