ବତୀଘର
ବତୀଘର
ଅଥଳ ଦରିଆ କୂଳେ କୂଳେ ତୁମେ
ଅଛ ତ ଠିଆ ହୋଇ,
ଅଶାନ୍ତ ସମୁଦ୍ରେ ନାଆ ମେଲି ଥିବା
ବ୍ୟକ୍ତିର ଆଶା ଭରସା ଥାଇ ।
କୁଳ କିନାରର ପଥ ଖୋଜୁଥିବା
ମଣିଷ ପାଇଁ
ଆଲୋକବର୍ତ୍ତୀକା ଓ ଆଶ୍ୱାସନା
ଦେଇ ଥାଇ ।
ସାଗର ଵକ୍ଷରେ ତୁ ବତୀଘର
ଦିଗହରାର ବନ୍ଧୁଟିଏ
କିନ୍ତୁ କୁହ ତେବେ ଏହି ସଂସାର
ସାଗରରେ ମୋର ବନ୍ଧୁ ହୋଇବ କିଏ।
ମୁଁ ଏକ ଦିଗହରା ନାବିକ ଏହି
ସଂସାର ସାଗରରେ
ଆହେ ବିଶ୍ଵନିୟନ୍ତାଙ୍କ ବତୀଘର
ଵନ ସଠିକ ଦିଗ ନିର୍ଣ୍ଣୟରେ ।
ସ୍ଵର୍ଗ ଅଛି କି ନର୍କ ଅଛି, ମୁଁ ଅଧମ
ତ ତାହା ଜାଣି ନାହିଁ
ହେ ବିଶ୍ଵ ନିୟନ୍ତା, ମୋ ବତୀଘର ବନ,
ଶାନ୍ତିରେ ପାରିବି ଶୋଇ ।
