STORYMIRROR

Chittaranjan Nanda

Fantasy

3  

Chittaranjan Nanda

Fantasy

ଅବାସ୍ତବତା

ଅବାସ୍ତବତା

1 min
124

 

ଆତ୍ମବଡିମାରେ ଦେଖାଏ ନୀଚ ମଣିଷ 

ଅନ୍ୟକୁ , 

ସ୍ୱାର୍ଥ ପାଇଁ ସତକୁ ଭୁଲି ଆଶ୍ରୟ ନିଏ

ମିଛକୁ ।1।


ପ୍ରତିଶ୍ରୁତି ପାଳନ ନହେଲେ, ନାମ ତାର 

ପ୍ରତାରଣା 

ପ୍ରତାରଣା ଯୋଗୁଁ ଠକିବାର ପିନ୍ଧେ 

ଗହଣା ।2।


ଠକ କିପରି ବୁଝିବ ଠକିବାରେ ଵହୁ

ଥିଵା ଲୁହର ଉତ୍ତାପ

ସେ ତ ଠକି ଚାଲିଥାଏ, ସେ କାହିଁକି 

ଭାବିବ ତାହା ପାପ ।3।


ଅତ୍ୟାଚାରିତ ତ ବୁଝିଵ ସିନା ଯନ୍ତ୍ରଣାର 

ଇତିହାସ, 

ହୃଦୟ ଜଳିଲେ ଜଳିଯାଏ ସ୍ବପ୍ନ,ରହି ଯାଏ 

ଅବଶୋଷ ।4।


ସ୍ଵର୍ଣ୍ଣମୟୀ ଲଙ୍କା ଗର୍ବ ଯୋଗୁଁ ସିନା

ହୋଇଛି ଧ୍ୱଂସ,

ଲଭିଲା ମୃତ୍ୟୁ ଅହଂକାର ଯୋଗୁଁ 

ଦ୍ଵାପରରେ କଂସ ।5।


ସଂସାର ଅଧର୍ମୀ ବ୍ୟକ୍ତିକୁ ଲାଗେ ବଡ଼

ବିଷମ ଭଲ କଥା ତୁଚ୍ଛ ସବୁ,

ଭାବେ, ମନ୍ଦିର ବେଢ଼ାରେ ବୁଲି ଗଲେ 

ଥରେ ପାରି ହୋଇଯିବ ଭବୁ  ।6।  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy