STORYMIRROR

Bharatabandhu Biswal

Romance Fantasy Inspirational

3  

Bharatabandhu Biswal

Romance Fantasy Inspirational

ଝରକାର ଆରପାଖେ

ଝରକାର ଆରପାଖେ

1 min
129


ଝରକାର ଆରପାଖେ ଏତେ ଦୂର ତୁମ ଗାଆଁ 

ଏତେବଡ଼ ଏ ଦୁନିଆଁ 

ଚେନାଏ ଦିଶେ ଆକାଶ ଦିନବେଳେ ଉ°ଏ ସୂର୍ଯ୍ୟ

 ରାତିହେଲେ ଦିଶୁଥାଏ ତାରା ଆଉ ଜହ୍ନ,

ଟିକିଟିକି ଡେଣାମେଲି ଉଡିବୁଲେ ପାରା ବଣି

ଫୁଲେଫୁଲେ ଉଡିବୁଲେ ପ୍ରଜାପତି ରଙ୍ଗ ।

ମୃଦୁମନ୍ଦ ମଳୟରେ ଭାସିଆସେ ବଗିଚାରୁ

ଭୁରୁଭୁରୁ ସୁବାସିତ ଗୋଲାପ ଶେଫାଳି

ମହକଇ ଆମ୍ବ ଗଛେ ବଉଳର ବାସ୍ନା

କୁହୁକୁହୁ ଶୁଭେ ସ୍ୱନ ମିଠାମିଠା ଲାଗେ ଭାରି

କୋଇଲିର ଗୀତ

ଶିହରଇ ତନୁମନ ମୁକ୍ତ କଲେ ବାତାୟନ

ନାଚିଉଠେ ଆଖି ଆଗେ ଖାଲି ତୁମ ରୂପ ।

ଆସ ପ୍ରିୟା ସପନରେ କଥା ଦିଅ ଗୋପନରେ

କୁହ କେବେ ଦେବ ଦେଖା ଆଙ୍କି ଚିତ୍ର ଆଲପନା

ଫୁଟୁଥିବ ମଲ୍ଲି ଚମ୍ପା ହସହସ ମୁଖେ,

ମନ ଝରକାକୁ ଖୋଲି ଦେଖୁଛି ମୁଁ ନିର୍ନିମେଷ

ରହିଛି ଅନାଇ ତୁମ ବାଟକୁ କେତେ ।

ଦେଖି ରାଜ ହ°ସୀ ଚାଲି ଛନକେ ମନ ହରିଣୀ

କଳା ମେଘ ଖୋଲେ ଯେବେ ତା କୃଷ୍ଣ କବରୀ,

ଅନାଇ ସଜ ଗୋଲାପେ ମନର କି ତୃଷ୍ଣା ମେଣ୍ଟେ

ଏକାନ୍ତରେ ଖୋଜେ ସାଥୀ ଲାଗେ ଖାଲି ଖାଲି ।

ସୁକୁମାରୀ ପ୍ରିୟତମା ଅବୁଝା ହୁଅନା ଜମା

ଆସ ଧୀର ପଦପାତେ ଏ ଶୁଭ ଲଗନେ

ନବବର୍ଷ ଉପଲକ୍ଷେ ସଜାଇଛି ତୋରଣରେ

ସୁନ୍ଦର ଦିଶୁଛି ଦ୍ୱାର ଆଉ ବାତାୟନ,

ଖେଳିଯାଉ ମନରେ ମୋ ଆନନ୍ଦ ଉଲ୍ଲାସ

ଜାଗୁ ଆଶା ସୁପ୍ରଭାତ ରଙ୍ଗଭରୁ ସୁନେଲି କିରଣ

ବିଜେ ହୁଅ ପ୍ରେୟସୀ ଗୋ ହୃଦ ସି°ହାସନ

ଶୂନ୍ୟତାକୁ କରିଦିଅ ପୂର୍ଣ୍ଣ ।

      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance