ଜୟ କିଷାନ
ଜୟ କିଷାନ
ହିନ୍ଦୁ ଦେଶର ନାଗରିକ ସିଏ ,
ଜାଗ୍ରତ ସଦା କର୍ମେ,
ପ୍ରଭାତ ହୋଇଲେ ପ୍ରସ୍ତୁତ ହୋଇ,
ବ୍ୟସ୍ତ ରୁହେ ପରିଶ୍ରମେ |
ସରଳ ତାହାର ବେଶ ପୋଷାକ,
ଗାମୁଛା ଖଣ୍ଡିଏ ଧୋତି,
ଲଙ୍ଗଳ ଜୁଆଳି ତାହାର ଅସ୍ତ୍ର,
ବଳଦ ତାହାର ସାଥୀ |
ଖରାବରଷାକୁ ନାହିଁ ତାର ଡର,
ମୁଣ୍ଡରେ ଥିଲେ ତଲାରି,
ଜଗତ ଯାକଙ୍କୁ ଯୋଗାଏ ଶସ୍ୟ,
ମୁଣ୍ଡ ଝାଳ ତୁଣ୍ଡେ ମାରି |
ବଜ୍ର ଯେସନ ଶରୀର ତାହାର,
ସହେ ସେ ଶୀତ କାକର,
ଶକ୍ତିଶାଳୀ ଅଟେ ଖାଦ୍ୟ ତାହାର,
ବଢ଼ି ବାଇଗଣ, ଶାଗ ପଖାଳ |
ସିଏ ସିନା ଖଟେ ଜଗତ ପାଇଁ,
ତାପାଇଁ ନାହିଁ କା ଚିନ୍ତା,
ଚଷା ପୁଅ ସିଏ, ଜମିକାଦୁଅରେ
ପକାଇ ଶସ୍ୟର ଯନ୍ତା |
ତାହାରି ପାଇଁ ଶ୍ୟାମଳ ଦିଶେ,
ଧରଣୀ ବୁକୁ ସିନା,
ଥୁଣ୍ଟା ଜମିରେ ପରିଶ୍ରମ କରି,
ଫଳାଇ ଥାଏ ସେ ସୁନା |
ତା'ଶ୍ରମ ମୂଲ୍ୟ ନାହିଁରେ କିଛି,
ଜଗତର ପେଟ ଚିହ୍ନେ,
ତା'ପେଟ ଯାଏ ହାତୁଟିଏ ପଶି,
କିଏ ସରି ତାର ଗୁଣେ |
କ୍ଷୀଣ୍ଣଭିନ୍ନ ତାର ରୁଗଣ ଶରୀର,
ସବୁ ଆମରି ପାଇଁ,
ସବୁ ଜୀବ ଅଟେ ତା'ପାଖରେ ଋଣୀ,
ସେକଥା ବୁଝେନା କେହି |
ଜାଗ୍ରତ ହୁଅ ମୋର ଦେଶବାସୀ,
ସେଇ ତ ଆମ ଜୀବନ,
ତାକୁ ଯଦି ଆମେ ହେଳା କରିଦେବା,
ଅଚିରେ ହାରିବା ପ୍ରାଣ |
ସେ ହିଁ ଆମରି ସମ୍ମାନସ୍ପଦ,
କର ତା'ର ଗୁଣଗାନ,
ସବୁବେଳେ ଆମ ତୁଣ୍ଡେ ରହିଥାଉ,
ଜୟ ବୀର କିଷାନ,
ତୁମକୁ ଶତ ପ୍ରଣାମ,
ବୋଲ ଜୟ କିଷାନ |