STORYMIRROR

ସନାତନ ଦାସ

Fantasy

4  

ସନାତନ ଦାସ

Fantasy

କଲମ ମୁନ

କଲମ ମୁନ

1 min
400

ମୋ କଲମର ମୁନ

ଲେଖି ଲେଖି ଥକି ଯାଏ

କେତେ ଯେ କରୁଣ କାହାଣୀ ।।


ଅସହ୍ୟ ଯନ୍ତ୍ରଣା ଦେଖି

ମୋ କଲମ ମୁନ ରୁ କାଳି ବି

ଲୁହ ହୋଇ ଝରିଯାଏ

ସାଧା କାଗଜର ପୃଷ୍ଠ ଭୂମିରେ ।।


ମରୀଚିକା ରୁ ମରୁଝର ଯାଏ,

ଗ୍ରୀଷ୍ମ ରୁ ବସନ୍ତ ଯାଏ,

ବୈଶାଖ ରୁ ଚୈତ୍ର ଯାଏ

ଜାନୁଆରୀ ରୁ ଡିସେମ୍ବର ଯାଏ


ଦିନର ଆରମ୍ଭରୁ ରାତିର 

ଶେଷ ପ୍ରହର ଯାଏ

କଲମର ମୁନ ଅଙ୍କିତ କରେ

ଭିନ୍ନ ରୂପରେ ଭିନ୍ନ ଢ଼ଙ୍ଗରେ ।।


ଶାଣିତ କରିବାକୁ କଲମ ମୁନ

ସତ୍ ପଥରେ ବିଶ୍ୱାସ ର କାଳି ରେ

ଲେଖିବାକୁ ହେବ , 

ଆଜିର ଦୁର୍ନୀତି ମୁକ୍ତ ସମାଜର

ଭବିଷ୍ୟତର ସୁନେଲି କାଲି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy