କଲମ ମୁନ
କଲମ ମୁନ
ମୋ କଲମର ମୁନ
ଲେଖି ଲେଖି ଥକି ଯାଏ
କେତେ ଯେ କରୁଣ କାହାଣୀ ।।
ଅସହ୍ୟ ଯନ୍ତ୍ରଣା ଦେଖି
ମୋ କଲମ ମୁନ ରୁ କାଳି ବି
ଲୁହ ହୋଇ ଝରିଯାଏ
ସାଧା କାଗଜର ପୃଷ୍ଠ ଭୂମିରେ ।।
ମରୀଚିକା ରୁ ମରୁଝର ଯାଏ,
ଗ୍ରୀଷ୍ମ ରୁ ବସନ୍ତ ଯାଏ,
ବୈଶାଖ ରୁ ଚୈତ୍ର ଯାଏ
ଜାନୁଆରୀ ରୁ ଡିସେମ୍ବର ଯାଏ
ଦିନର ଆରମ୍ଭରୁ ରାତିର
ଶେଷ ପ୍ରହର ଯାଏ
କଲମର ମୁନ ଅଙ୍କିତ କରେ
ଭିନ୍ନ ରୂପରେ ଭିନ୍ନ ଢ଼ଙ୍ଗରେ ।।
ଶାଣିତ କରିବାକୁ କଲମ ମୁନ
ସତ୍ ପଥରେ ବିଶ୍ୱାସ ର କାଳି ରେ
ଲେଖିବାକୁ ହେବ ,
ଆଜିର ଦୁର୍ନୀତି ମୁକ୍ତ ସମାଜର
ଭବିଷ୍ୟତର ସୁନେଲି କାଲି ।।