କଳିଯୁଗର ଦ୍ରୌପଦୀ
କଳିଯୁଗର ଦ୍ରୌପଦୀ
ଉଠ୍ ଦ୍ରୌପଦୀ ନିଜ ବସ୍ତ୍ର ସମ୍ଭାଳେ
ଏଠି କେଶବ ଆସିବେ ନାହିଁ
ମେହେନ୍ଦି ଛାଡି ବାହୁ ଦୃଢ଼ କର
ନିଜ ନିଜ ରକ୍ଷା ପାଇଁ ।
ଶକୁନି ବସିଛି ଜାଲ ବିଛାଇକି
ଏଠି ସମସ୍ତେ ବିକ୍ରି ହୋଇବେ
କାହା ଆଶ୍ରାରେ ରହିବୁ ଭାବୁଛୁ
ଏଠି ସମସ୍ତେ ଯେ ଧୋକା ଦେବେ ।
କେତେବେଳ ଯାଏ ଆଶା ରଖିବୁ ତୁ'
ଏଠି ବିକ୍ରି ହୁଏ ସବୁ ଖବର
କାହାକୁ ନିଜର ସୁରକ୍ଷା ମାଗିବୁ
ଏଠି ସମସ୍ତେ ଯେ ଦୁଃସାସନ ର ।
ସମସ୍ତେ ଏଠାରେ ଲଜ୍ଜା ହୀନ
ବଞ୍ଚାଇବେ କାହା ଲଜ୍ଜା
ନିଜ ହାତ ମୁଠା ନିଜେ ତୁ ସମ୍ଭାଳେ
ଏଠି କେହି ନୁହେଁ କାହା ସଖା ।
କାଲି ଯାଏ ଥିଲେ ଖାଲି ଅନ୍ଧ ରାଜା
ଆଜି ସବୁ ଘୁଙ୍ଗା କାଲ
ପଇସା ବଳରେ ମୁହଁ ବନ୍ଦ ଏଠି
କାନରେ ପଡିଛି ତାଲା ।
ଯେତେ ଅଶୃ ଅଛି ନିଗାଡି ଦେଲେବି
ଶୁଣିବେନି କେହି କଥା
କଳି ଯୁଗର ଦ୍ରୌପଦୀ ସାଜି ତୁ
ନିଜେ କର ନିଜର ରକ୍ଷା ।