STORYMIRROR

Kailash Chandra Sahani

Thriller

3  

Kailash Chandra Sahani

Thriller

କଳା ଛାଇ

କଳା ଛାଇ

1 min
247


ଆତଙ୍କର କଳାଛାଇ ଘୂରୁଅଛି ଏ ସବୁଜ ମନ ଅରଣ୍ୟରେ

ଚଉଦିଗେ ଅବଳାର କଇଁ କଇଁ କାନ୍ଦ

ଶୁଭେ ବିଦୀର୍ଣ୍ଣ ବୁକୁରେ

ଜୀବନର ଫୁଲବନେ ଲାଗିଅଛି ଯାତନାର ଅବାରିତ ନିଆଁ

କାମୁକର ଲେଲିହାନ ଶିଖା ଜାଳିଦିଏ ଛୋଟ ମୋ ପ୍ରିୟ ଦୁନିଆଁ ।


ସବୁଆଡେ ଛଳନାର ନାଗଫାଶ କାମନାର ଅତୃପ୍ତ ପିପାସା

ନାରୀ ତନୁତୀର୍ଥେ ଅବଗାହୀ ପରିତୃପ୍ତ ହେବ କେଉଁ ଅଭିଳାଷା ?

ସବୁଆଡେ ଅଭିସନ୍ଧି ଅଭିସାର ରଚିବାକୁ ଦେହ ଦେବାଳୟେ

ବୀଟ ପୁରୁଷର ମନେ ଆନ୍ଦୋଳିତ କାମନାର ବହ୍ନି

ହୀନ କାୟେ ।


ଏବେ କିଆଁ ବିଶ୍ବାସର ଫୁଲଗଛ ଜଳି ଯାଏ କୁଆଁରୀ ଲାଜରେ

ରକ୍ଷକ ଭକ୍ଷକ ସାଜେ ଅବଳାର ଅସହାୟ ଜୀବନ ତୁଠରେ

ଗୁମୁରି କାନ୍ଦୁଛି ଆଜି ବେବିନା ଠୁ କୁନ୍ଦୁଲି ପୀଡିତା

ନିର୍ଭୟା କୋହ ରେ

କଳଙ୍କର କାଳିମାରେ ଅସ୍ତହୁଏ ଜୀବନର ସୂର୍ଯ୍ୟ ସନ୍ତପ୍ତ ଲୁହରେ ।


କାମନା କଳଙ୍କେ ଆଜି କଳୁଷିତ ମଧୁମୟ ସସାଗରା ଧରା

ଜୀବନର ଦୋଛକିରେ ବାଟବଣା ଅଭିଶପ୍ତା ଏଇ ବସୁନ୍ଧରା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller