STORYMIRROR

Kailash Chandra Sahani

Romance

2  

Kailash Chandra Sahani

Romance

!! ପ୍ରେମର ପରିଭାଷା. !!

!! ପ୍ରେମର ପରିଭାଷା. !!

1 min
165

ପ୍ରେମ ଏକ ଅପାସୋରା ମନତଳ ଗହନ କବିତା

ପ୍ରେମ ଏକ ଆରାଧନା ଘିଅ ଦୀପ ସଞ୍ଜର ସଳିତା ,

ପ୍ରେମ ଏକ ଶିହରଣ ଲାଜକୁଳୀ ଲତାର ବିତାନ

ପ୍ରେମ ଏକ ମହମହ ସୁବାସିତ କସ୍ତୁରୀ ଚନ୍ଦନ


ପ୍ରେମ କେବେ ହୃଦୟର କାଚଘର ସ୍ବଚ୍ଛ ଦରପଣ

ପ୍ରେମ କେବେ ଶୀତରାତି ଲୁହ ଭିଜା ଶିଶିର ଝରଣ ,

ପ୍ରେମ କେବେ ଗୋଲାପର କଣ୍ଟକିତ ଜୀବନ ସୌରଭ

ପ୍ରେମ କେବେ ବିଜିତର ବାଜିଅଶ୍ବ ମାଟିର ଗୌରବ


ପ୍ରେମ ନୁହେଁ ପ୍ରତାରଣା ପରକୀୟା ଦେହର ଦହନ

ପ୍ରେମ ନୁହେଁ ଖେଳଘର ମିଛଗପ ଅଧୁରା ସପନ ,

ପ୍ରେମ ନୁହେଁ ଚନ୍ଦ୍ରପକ୍ଷ ରାତିଟିର ଶେଷ ମ୍ଲାନ ଜହ୍ନ

ପ୍ରେମ ନୁହେଁ ମହୁମାଛି ଦଂଶନର ତୀବ୍ର କ୍ଷତ ଚିହ୍ନ


ପ୍ରେମ ଅଟେ ଶୁଦ୍ଧ ପୂତ ଗଙ୍ଗୋତ୍ରୀର ତ୍ରିବେଣୀ ସଙ୍ଗମ

ପ୍ରେମ ଅଟେ ହୃଦୟର ନିରାଜନା ଜଗନ୍ନାଥ ଧାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance