Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kailash Chandra Sahani

Abstract

2  

Kailash Chandra Sahani

Abstract

!! ଶର୍ବରୀ ଗୋ ତୁମ କବରୀ କୁଞ୍ଜରେ

!! ଶର୍ବରୀ ଗୋ ତୁମ କବରୀ କୁଞ୍ଜରେ

1 min
325


ଶର୍ବରୀ ଗୋ ତୁମ କବରୀ କୁଞ୍ଜରେ

ତାରା ଫୁଲଟିଏ ହେବି ,

ସଞ୍ଜ ସଳିତାର ମହକ ଚୋରାଇ

ଗୋଧୂଳି ବେଳାର ବଇଁଶୀ ବଜାଇ

ପ୍ରତୀଚୀରେ ହସୁ ଥିବି

            ଶର୍ବରୀ ଗୋ ତୁମ


ଜହ୍ନ ଜୋଛନା ରେ ଭିଜା ଦୁକୁଳରେ

ଅଳସ ମୁଁ ଭାଙ୍ଗୁ ଥିବି ,

ଝରା ସେଫାଳୀ ର ଭୁରୁ ଭୁରୁ ବାସ

ଚକୋର ପକ୍ଷୀର ବିରହ ଉଦାସ

ବୁକୁରେ ମୋ ଭରି ଥିବି

             ଶର୍ବରୀ ଗୋ ତୁମ


ପାହାନ୍ତି ରାତିର ସପନେ ଗୋପନେ

ଲପନ ମୁଁ ଚୁମୁ ଥିବି ,

ଚୋରା ଚଇତାଳି ଦେହେ ମୋର ବୋଳି

ନିଦ ମାଉସୀର ଝୁଲଣାରେ ଝୁଲି

ପିକ ହୋଇ ଗାଉ ଥିବି

               ଶର୍ବରୀ ଗୋ ତୁମ


ରଜନୀ ଗୋ ତୁମେ ସଜନୀ ମୋ ପ୍ରିୟା

କବିତା ତୁମେ ମୁଁ କବି ,

ବିରହର ତୁମେ ବିଭାବରୀ ମୋର

କଜଳ କଳାର ଫୁଲ କାମଶର

ଉଷା କାଳେ ଲିଭି ଯିବି

                ଶର୍ବରୀ ଗୋ ତୁମ


Rate this content
Log in

Similar oriya poem from Abstract