Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kailash Chandra Sahani

Romance

2  

Kailash Chandra Sahani

Romance

ମିଛ ଗପ

ମିଛ ଗପ

1 min
270



ଆସ ଏଠି ଚୁପ୍ ଚାପ୍

ଗୁଲି ଗପ କରିବା ,

ନିଜ ପାଇଁ ନିଜେ ପୁଣି

ମିଛ ଗପ ଲେଖିବା ।

ତୋଳିବାନି ଗୋଲାପକୁ

ଆଖି ଭରି ଦେଖିବା,

ପ୍ରଜାପତି ଡେଣାପରେ

କବିତା ଟେ ଲେଖିବା ।

ଆସ ଏଠି ଚୁପ୍ ଚାପ୍.....!


ଓଟ କୁଜ ପରି ଦିଶେ

ଦୂର ଛୋଟ ପାହାଡ ,

ସବୁଜ ପଣତ ଢାଙ୍କି

କରିଛି କେ ଉହାଡ ।

ସରୁ ଟିକି ଝରଣାରେ

ଚାଲ କେବେ ଭିଜିବା ,

ଶିରି ଶିରି ପବନର

ମାଦକରେ ହଜିବା ।

ଆସ ଏଠି ଚୁପ୍ ଚାପ୍ ....!


ଜହ୍ନ ଆସି ଢାଳୁଥାଉ

ଜୋଛନାର ଜୁଆର ,

ରାତି ଯେତେ ବିତିଯାଉ

ଜଳୁ ପ୍ରୀତି ଜାଗର ।

କୋଇଲିର କୁହୁତାନ

କାନ ଡେରି ଶୁଣିବା ,

ଝିଙ୍କାରୀର ଶବଦରେ

ଆପଣା କୁ ଖୋଜିବା ।

ଆସ ଏଠି ଚୁପ୍ ଚାପ୍ ...!


ଗାଁ ତୋଟାମାଳୁ ଆସେ

ବଉଳର ବାସନା ,

ଭସା ମେଘ କୋଳେ ଲୁଚେ

ଜହ୍ନ କରି ବାହାନା ।

କିଛି କଥା ଓଠ ପରେ

ଆଖିରେ ବି କହିବା ,

କିଛି ଲାଜ କିଛି ହସ

କାଲି ପାଇଁ ରଖିବା ।

ଆସ ଏଠି ଚୁପ୍ ଚାପ୍ ....!


ଗପ କେବେ ସରିବନି

ସରି ଯିବ ସମୟ ,

କାଲି ପାଇଁ କଥା ରଖି

ମାଗି ନେବା ବିଦାୟ ।

ଆଖି କୋଣେ ଲୁହ ଭରି

ମନ ଭରି ଚାହିଁବା ,

ନାଲି ଓଠ ଧାରେ ଶେଷ-

ଚୁମା ଆମେ ମାଗିବା।

ଆସ ଏଠି ଚୁପ୍ ଚାପ୍....!!


Rate this content
Log in

Similar oriya poem from Romance