STORYMIRROR

Kailash Chandra Sahani

Abstract

2  

Kailash Chandra Sahani

Abstract

!! ପ୍ରେମ କେବେ ...!!

!! ପ୍ରେମ କେବେ ...!!

1 min
3.1K

ପ୍ରେମ କେବେ ହୋଇଯାଏ

ଯାଉ ଯାଉ ବାଟର ବାଟୋଇ

ପ୍ରେମ କେବେ ହୋଇ ଯାଏ

ସାଗରକୁ ଛୁଁ ଛୁଁ ବେଗବତୀ ନଈ ,

ପ୍ରେମ କେବେ ମାଟିରୁ ଆକାଶ

ଚାନ୍ଦ ବିନା ଝୁରିମରେ କଇଁ


ପ୍ରେମ ଟିଏକୁଆଁରୀ ଲାଜର

ସଜଫୁଟା ଗୋଲାପ କଳିର

ପ୍ରେମ କେବେ ମନ ତଳ

ଅଦୃଶ୍ୟ ଆତ୍ମାର

ଫୁଲ ଆଉ ଭଅଁରର ଲୁଚକାଳି ଖେଳ


ପ୍ରେମ ଟିଏ ଅଙ୍କୁରିତ ହୁଏ

ଚାରି ଚକ୍ଷୁ ମିଳନର ପରେ

ହୃଦୟକୁ ହୃଦୟରେ ଯୋଡି

ନିଦାଘରେ ଦଗ୍ଧ ଫୁଲ ଜଳେ ,

କେବେ ସିଏ କେଦାର ଗଉରୀ

କେବେ ସିଏ ଲଇଲା ମଜନୁ

ପ୍ରେମ ଟିଏ ଦୀପର ସଳିତା

ଦିକି ଦିକି ଜଳି ଶେଷେ ସରେ


ପ୍ରେମ କେବେ ଆସୁଥାଏ

ବୟସର ଲେଉଟାଣି ବେଳେ

ପ୍ରେମ କେବେ ଅବରୁଦ୍ଧ

ଆସମାନ୍ ତାରା ଶଙ୍ଖା ମୁଠାକରେ

ହଜୁଥାଏ ପ୍ରେମ 

ଭାଙ୍ଗୁଥାଏ ମନ

ଗୋଟେ ବୈଧବ୍ୟର ଶୂନ୍ୟ ସିକତାରେ


ପ୍ରେମ ତ ସେଦିନ ବି ଅଙ୍କୁରିତ

ମଧୁବ୍ରତା ର ନବନୀତ କରପଲ୍ଲବ ଛୁଆଁରେ

ବୌଦ୍ଧ ଭିକ୍ଷୁ ଶ୍ରମଣ ଶ୍ରେଷ୍ଠର ,

ପ୍ରେମ ବି ଉତ୍ତୁରି ଆସେ କେଉଁ ଅଲକ୍ଷରେ

ରେବତୀର ଛଳ ଛଳ ନିରିମାଖୀ

ନିର୍ଲିପ୍ତ ଆଖିରେ

କେଉଁ ଅବବୋଧ ପ୍ରେମର କାଉଁରୀ ସ୍ପର୍ଶ

ଲୁଚି ଲୁଚି ଲୁହ ପୋଛୁଥାଏ

କବାଟ ଫାଙ୍କରେ


ପ୍ରେମ ପାଇଁ ଦିନଟିଏ

କେବେ ନୁହେଁ ଆରମ୍ଭ କି ଶେଷ

ପାନପତ୍ର ହୃଦୟକୁ ତୀର ମାରି

ଯେତେ କଲେ ରକ୍ତ ଜର ଜର

ନାଲି ଗୋଲାପରେ ଲେଖି ଦେଲେ

ପ୍ରେମର ସ୍ବାକ୍ଷର ,

ଉଗ୍ର ଆଧୁନିକତାର ପ୍ରତିରୂପ ହୋଇ

ଉଭା ଏଠି ଭାଲେଣ୍ଟାଇନ୍ ଡେ

ସବୁଜ ସକାଳ ଆଜି

ବିମର୍ଷ ବିଧୂର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract