Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kailash Chandra Sahani

Abstract Romance

3  

Kailash Chandra Sahani

Abstract Romance

ଫଗୁଣର ଆଗମନେ

ଫଗୁଣର ଆଗମନେ

1 min
173



ଫଗୁଣ ଫଗୁଣ ବାସିଲାଣି ମିତ

ଲୁଚି ଲୁଚି ଗାଏ କୋକିଳ

ବଉଳ ଗହଳ ଶାଖାରେ ଶାଖାରେ

ବହେ ବାତ ମୃଦୁ କୋମଳ ,

ତରୁ ପଲ୍ଲବ ,

ନବ କିଶଳୟେ ମଞ୍ଜୁଳ !


ଭସା ମେଘ ହସେ ନାହିଁ ଗଗନରେ

ତାରା ଫୁଲେ ହୋଇ ମଣ୍ଡିତ

ରାକା ରଜନୀର ଝୀନ ବସନରେ

ପ୍ରକୃତି ରାଣୀ କି ଶୋଭିତ ,

ଚାରୁ ସୂମନ ,

କବରୀ କୁଞ୍ଜରେ ଜଡିତ  !


ଦୂର ପରଦେଶୀ ହଳଦୀ ବସନ୍ତ

ସଧୀରେ କି କାହୁଁ ଆସିଲା

ତରୁ ଶାଖାପରେ ମଞ୍ଜୁଳ ରାଗରେ

ରହି ରହି ଗୀତ ଗାଇଲା ,

ଶାଳ ବିଥୀରେ ,

ଜୋଛନା ଧରାକୁ ଛୁଇଁଲା ।


ଅଳି ଗୁଞ୍ଜନରେ କଳି ଲାଜବତୀ

ସମୀର ଚାମର ଢାଳିଲା

ମିଳନର ମଧୁମାସ ଆସିଲାକି

ପଳାଶରେ ରଙ୍ଗ ଭରିଲା ,

ନବ ଯୁବତୀ ,

ରଭସ ରେ ଚିତ୍ତ ବୁଡିଲା !


ଫଗୁ ରଙ୍ଗ ବୋଳି ପବନରେ ଦୋଳି-

ଖେଳି କୃଷ୍ଣଚୂଡା ଫୁଟିଲା

ଚୂତ ମୁକୁଳରେ ବାସ ଚହଟାଇ

ଚଉଦିଗେ ଧରା ହସିଲା ,

କେଳି କୁଞ୍ଜରେ ,

ରାଧା କୃଷ୍ଣ ରାସ ରଚିଲା ।।


Rate this content
Log in

Similar oriya poem from Abstract