Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kailash Chandra Sahani

Others

2  

Kailash Chandra Sahani

Others

ପାପବୋଧ

ପାପବୋଧ

1 min
182


ଏ ହାତ ପାପ ତ ସେ ହାତ ନିଏନି ସଜନୀ

କେମିତି ପାପରେ ସଙ୍ଗୀ ହେବି ଦିବା ରଜନୀ ,

ପାପ ତ ମୋହର ଏ ବେନି ନୟନ ଜୀବନେ

ତା ବିନା କି ଦେଖି ପାରନ୍ତି ତୋ ଦେହ ମଗନେ ?


ପାପ ମୋର ଜିହ୍ବା ଗାଇବାକୁ ତୋର ବନ୍ଦନା

ତିମିର ଘୋର ଏ ଅଳିକ ଜୀବନ ଯାତନା ,

ପାପ ମୋର ଚର୍ମ ପରଶ ଲାଗିତୋ ବାଉଳା

ଦେଖୁନୁ କେମିତି ଦିବସ ରଜନୀ ମୁକୁଳା !


ପାପ ରେ ପଖଳା ଏଦୁଇ ଶ୍ରବଣ ଆତୁର

ସଜନୀ ଲୋ ସତ ,ତୋତେ ପଛେ ମିଛ ଅସାର ,

ତୋ ଦେହ ଦେଉଳ କୁସୁମ ସୁବାସେ ଅଧିର

ମୋ ନାସାପୁଟରେ ଚହଟେ ତୋ ବାସ ମଧୁର ।


ଏତେ ପାପ କିଆଁ ପୀରତି ରଚିଲେ ପ୍ରିୟା ରେ

ତୋ ବିନା କି ଜୀବ ପୂଣ୍ୟ ଲଭିବ ମହୀରେ !


Rate this content
Log in