STORYMIRROR

Kailash Chandra Sahani

Abstract

2  

Kailash Chandra Sahani

Abstract

!! କଳା ଦିବସ ର ପ୍ରେମ !!

!! କଳା ଦିବସ ର ପ୍ରେମ !!

1 min
149

ପ୍ରେମର ଦିବସ ପାଲଟିଲା ଯେବେ

କଳାର ଦିବସ ସହୀ ...

ପୁଲମାର ମାଟି ରକ୍ତ ରଞ୍ଜିତ

ଆର୍ତ୍ତ କାତର ମହୀ

ଗଗନେ ପବନେ ଚିତ୍କାର ଶୁଭେ

କ୍ରନ୍ଦନ ରହି ରହି


ସେଇ ଦିନୁ ଦେଖ ହୃଦୟ ବିତାନେ

ଗୋଲାପ ପଡିଛି ଶୋଇ

ରକ୍ତ ରାଗରେ ସିକ୍ତ ତନୁ ତା

ମ୍ଲାନ ମୂର୍ଚ୍ଛିତ ଛାଇ

ଶହୀଦ ଯବାନ ଜନ୍ମ ମାଟିର

 ପ୍ରଣାମ କରୁଥାଇ


ଦେଖିଚ କି ସଖୀ ଉଦାସ ଆଖିରେ

ବହେ ପ୍ରେମ ଅଶ୍ରୁ ନୀର

ପ୍ରେମର ପଥିକ ମାଟିର ପ୍ରେମରେ

ରକତରେ ଜରଜର

ଜନନୀ ବି ଆଜି ସ୍ମୃତି ପଖାଳି

କରୁଥିବ ନମସ୍କାର


କେମିତି ଲୋଡିବା ଆଜିର ଦିନରେ

ଦେହ ଖଇ ଫୁଟା ତାତି

ବାପ ଛେଉଣ୍ଡ କେ କଇଁ କଇଁ ସ୍ବରେ

ପୁହାଇ ଦେବ ଏ ରାତି

ଚାରି ଆଡେ ଦେଖ ପ୍ରେମର ବାର୍ତ୍ତା

ମମତା ଭିଜା ସେ ପ୍ରୀତି


ଚାଲ ସଖୀ ଆଜି ଶହୀଦ ସ୍ମୃତିରେ

ଗୋଲାପକୁ ଭେଟି ଦେବା

କଳା ଦିବସରେ କଳାକାର ପାଦେ

ନୀରବେ ଶୋକ ପାଳିବା

ଦେଶ ମାତୃକାର ବନ୍ଦନା ଗାଇ

ଅଖଣ୍ଡ ଦୀପ ଜାଳିବା


ପ୍ରେମ ଋତୁ ବୋଲି ପ୍ରେମେ ଜରଜର

ମିଛ 'ଭାଲେଣ୍ଟାଇନ ଡେ'

ତୁଛ କରିଦେବା ସେ ମିଛ ପ୍ରେମକୁ

ପ୍ରେମ ହିଁ ଅନ୍ତର ଲୋଡେ

ଯେତେ ଦୂରେ ଥିଲେ ପ୍ରେମ ତ ମରେନି

ହୃଦକୁ ହୃଦୟେ ଯୋଡେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract