ଖିଆଲି ମନ
ଖିଆଲି ମନ
ପରସ୍ତ ପରସ୍ତ ସ୍ମୃତିକୁ
ଆଡେଇ ପୁଣି ଚାହିଁଲା
ସେ ଅତୀତ
ଟାଣିଧରିଲା କୋଳକୁ
ଆ ଟିକେ ଭିଜିଯାଆ ।
ମୋ ଆଶ୍ଲେଷରେକିନ୍ତୁ ହାୟ
ଏଠି ତ ଜୀବନ ଜୀଉଁଛି
ନିଷ୍ଠୁର ବାସ୍ତବତାରେ
ସୁଖଦୁଃଖର ହଳାହଳକୁ
ପିଉଛି ଆଞ୍ଜୁଳାରେ ।
ଆଉ ତୋ ପଣତ ଘୋଡେ଼ଇ
ଚୁପଚାପ୍ ଶୋଇପଡିଲେ
ଘଟିଯିବ ସବୁ ଅଘଟଣ
ଜୀବନ ହସିବସମୟର ହାତରୁ, ହସ ଛଡେଇ ।
ଖସିଯାଏ ବଳକା ଜୀବନ
ହାତ ମୁଠାର ବାଲିପରି
ଆଖି ପିଛୁଳାକେ, ଧଂସ ହୋଇଯିବ
ଆଶାସବୁ,ଆକାଂକ୍ଷା ମାନେ
ଶିଉଳିର ଖସଡା ପାହାଚ ।
ତଥାପି ବି ସନ୍ତର୍ପଣେ
ପାଦ ଦୁଇ ଜାବେଡି ଧରିଛି
ନୂଆ ନୂଆ ପହଁରି ଶିଖିଛି
ମୋ ଭିତରେ ମୁଁ କୁ ଖୋଜୁଛି
ନିଜ ପାଇଁ ବଞ୍ଚିବାର କୌଶଳ ଶିଖୁଛି ।
କର୍ତ୍ତବ୍ୟର ଦ୍ବାହି ଦେଇ
ପର ପାଇଁ ଆପଣାର,ଦୁଃଖର ସଳିତାରେ
କୋହ ଦୀପକୁ ଜଳାଇ
ଆଲୋକ ବାଣ୍ଟିଛି ।
ଚିନ୍ତାର ଛୋଟ ଖିଅଟିଏ
ବିଛାଇ ଦେଇଛି ,ଅମଡା ବାଟରେଚାଲୁଚାଲୁ ଚାଲୁଥିବି
ଲକ୍ଷସ୍ଥଳ, ନ ଆସିବା ଯାଏ
ମୃତ୍ୟୁର ହାଟରୁ ପାପପୂଣ୍ୟ
ମୁଲ ଚାଲ୍ ନ କରିବା ଯାଏ ।
