ଖେଳ
ଖେଳ


ମୁକ୍ତି ପାଇବାକୁ ଚାହେଁନି ସେ
ବୁଝିବାକୁ ଚାହେଁ ,
କେଉଁଥି ପାଇଁ ଏ ଖେଳସବୁ ?
ଖେଳକୁଦକୁ ସେ ଘୃଣା କରେ
ପ୍ରେମକୁ ନାକ ଟେକେ ,
ଏଠି ସବୁତ ତୁଚ୍ଛା ଖେଳ ।
ଖୁସି ପାଇଁ କେତେ ଦିନ ଯେ
ନିଜ ସହ ଛଳନା କରିବ ?
ଆଉ ନୁହେଁ , କେବେ ବି ନୁହେଁ ।
ହେଲେ ସେ ଯିବ ତ କେଉଁ ରାସ୍ତାରେ ?
ଗଳି ରାସ୍ତା ତାକୁ ଭଲ ଲାଗେନି
ଆଉ ସିଧା ପ୍ରଶସ୍ତ ରାସ୍ତାରେ ସେ
ବଡ଼ କ୍ଷୁଦ୍ର ଆଉ ନିଃସଙ୍ଗ ଅନୁଭବ କରେ ।
ଯେତେ ବୁଲାବୁଲି କଲେ ବି
ସେହି ଏକା କଥା ,
ଶେଷରେ ପୁଣି ସେହି ରକ୍ତଶୋଷା
ସଂସାରକୁ ଫେରି ଆସିବାକୁ ହୁଏ ।
ଯେଉଁଠି ତାକୁ ମୃତ୍ୟୁ ଯାଏଁ
କିସ୍ତି କିସ୍ତିରେ ନିଜକୁ ମାରିବାକୁ ପଢ଼େ ।
ଏ ଅନ୍ଧକାର ଆଉ ଅଜ୍ଞାନତା ଟି ଭାରି ବଳୁଆ
ତାକୁ ଯେତେ ଚାପିବୁ ସେ ସେତେ ବଢ଼ିବ ,
ଟିକିଏ ଟିକିଏ କଥାକୁ ଖେଞ୍ଚି ଖେଞ୍ଚି
ବଡ଼ ପୋଖରୀଟିଏ ଖୋଳି ପକାଇବ
ପୁଣି ସେଇଥିରେ ତୋତେ ବୁଡ଼େଇ ମାରିବ ।
ଏ ଖେଳରୁ ବଞ୍ଚିଥିବା ଯାଏଁ
ସତରେ କ'ଣ ମୁକ୍ତି ନାହିଁ ?