STORYMIRROR

subrat kumar jena

Action Fantasy

3  

subrat kumar jena

Action Fantasy

କେମିତି ମୋ ଗାଁ ହସୁଛି

କେମିତି ମୋ ଗାଁ ହସୁଛି

2 mins
431

ଏ କଥା ଠିକ୍ ବାଲିଗୋଡିର ସେ ରାସ୍ତାଟା,

ନାଲି ମାଟିରୁ ଯାଇ ଏବେ ଏବେ,

ପ୍ରଧାନମନ୍ତ୍ରୀ ପକା ରାସ୍ତା ହୋଇଛି,

ହେଲେ ମାଟି ରାସ୍ତାରେ ପହିଲି ବର୍ଷାର ମହକ,

ସହଜେ କି ଭୁଲି ହେଉଛି ।


ଧିରେ ଧିରେ ଗାଁ ଗାଡ଼ିଆ ସବୁ ଅପରିଷ୍କାର ହୋଇଛି,

କୋଉଠି କେମିତି ଗାଧୁଆ ପାଧୁଆ ଉପଯୋଗୀ ରହିଛି,

ସରକାରଙ୍କ ପରା ପାଇପ ଯୋଗେ ପାଣି ବଣ୍ଟା ଚାଲୁଛି,

ସେ ଖୋଲା ମେଲା ଛାଡି,

ଏବେ ପରା କୁନା କୁନି ବନ୍ଦ ଘରେ ଗାଧୁଆ ନାଚ ନାଚୁଛି,

ଟେକା ପାଣିରେ ଗାଧୋଇ ହୋଇ,

କେତେ ରକମର ଚରମ ରୋଗକୁ ଡାକୁଛି,

ଗାଁ ଦାଣ୍ଡରେ ସ୍କୁଲ ଫେରନ୍ତା,

ବର୍ଷା ଭିଜା ବେଳ କଥା କି ଭୁଲି ହେଉଛି ।


କବି କହୁଛନ୍ତି ତଥାପି ମୋ ଗାଁ ହସୁଛି,

ରାତି ପାହିଲେ କାହାର କୋଉ କଥା,

ପଛେ ଭାଗବତ ଆଗ କିନ୍ତୁ ନ୍ୟାୟ ନିଶାପ ବସୁଛି,

କେତେବେଳେ ବାପାଠୁ ପୁଅ,

କେତେବେଳେ ଭାଇଠୁ ଭାଇ ଅଲଗା ହେଉଛି,

ସାମାନ୍ୟ କେତେଟା ସମ୍ପତ୍ତି ଲାଗି,

କେତେ କାଣ୍ଡ କାରଖାନା ଲାଗୁଛି,

ତଥାପି କବିଙ୍କ ଭାଷାରେ ମୋ ଗାଁ ହସୁଛି,

ପିଲାଦିନେ ଗହଳରେ ବସି,

ଗୋଟିଏ ଥାଳିରେ ସମସ୍ତଙ୍କ ସହ ମିଶି,

ଖାଇବାର ସ୍ମୃତିକୁ କି ଭୁଲି ହେଉଛି ।


କେତେ ସହଜରେ ଏଠି ମୁଠି ଖୋଲୁଛି,

ସବୁଦିନ ଏଠି ଜଣେ ଜଣେ ବିଭୀଷଣ ସାଜୁଛି,

ହେଲେ ବଡ଼ମାନେ କୋଉ ରାବଣ ହେବାକୁ,

ପଛ ଘୁଞ୍ଚା ଦେବାକୁ ମନ କରୁଛି,

ପୁତ୍ର ମୋହରେ ଏଠି ଅନେକ ଧୃତରାଷ୍ଟ୍ର,

ସବୁ ଅନ୍ୟାୟ ଦେଖି ନୀରବ ରହୁଛି,

ତଥାପି ଗାଁ ଭାଇ ଚାରରେ ଚାଲୁଛି,

ହେଲେ ଆଗର ରଜ ବାଗୁଡି ଖେଳର ସରାଗ,

ଏବେ ମୋବାଇଲରେ କଣ ଆସୁଛି,

କେମିତି କହିବି ମୋ ଗାଁ ହସୁଛି ।


ମୋ ଗାଁର ପିଲେ ବାପା ମା ବଦଳେ,

ଡାଡି ମମି ଡାକିବା ଏବେ ଏବେ ଶିଖୁଛି,

ଭଲରେ ଗଣ୍ଡେ ଖାଆ କି ନଖାଆ,

ମୋବାଇଲ ରେ ପବଜି ଖେଳି ସମୟ ସାରୁଛି,

ପଚାରିଲେ କହୁଛି ସମୟ ପରା ବଦଳୁଛି,

ସରକାରୀ ଖାତାରେ ଗଣ୍ଡା ଗଣ୍ଡା ପାଇଖାନା ମିଳୁଛି,

ତଥାପି ସକାଳ ପାହୁ ପାହୁ,

ପାଣି ନୋଟା ଧରି ସକାଳ କର୍ମ ଚାଲୁଛି,

ସହରକୁ ଫେରିଲା ବେଳକୁ ,

ବାଟ ଖାଲି ମହ ମହ ହୋଇ ବାସୁଛି,

କେମିତି କହିବି ମୋ ଗାଁ ପୁରା ବଦଳି ଯାଇଛି ।


ରାମ ହରି ନିତେଇ ମକରା କଥା ଛାଡ,

ଆଜି ଟଙ୍କାକିଆ ଚାଉଳ ସଭିଙ୍କୁ କୋଢି଼ଆ କରିଛି,

ଭୋଅଟ ଆସିଲେ ଗାଁ ଖାଲି ସହର ସହର ବାସୁଛି,

କେତେ କେତେ ଛକା ପଞ୍ଝାରେ ,

ମଦ ମାଂସର ଆସର ଜମୁଛି,

ଭୋଟ ସରିଗଲେ ଜନତାଙ୍କ ନାଲିଆ ଚପଲ ନେଳିଆ ହେଉଛି,

ତଥାପି ଏତେ ସରି ପରେ,

ସହଜେ କଣ ଏ ମନ ବୁଝୁଛି,

ଯାହାଠୁ ଅପମାନ ପାଉଛି ତାରି ଗୋଡ଼କୁ ଧରୁଛି,

ଏକାଠି ହୋଇ ଦେଶ ସୁରକ୍ଷା ଲାଗି,

କେତେ କିଏ ବକ ବକ ହେଉଛି,

ହେଲେ ସେଇ ଲୋକଟି ନିଜ ଘରଟାରେ,

ପ୍ରଥମେ ଫାଳ ଫାଳ ନୀତି ଲାଗୁ କରୁଛି,

ଏଇ ମୋ ଗାଁର ଚିତ୍ର ସହଜେ କି ଭୁଲି ହେଉଛି ।।




Rate this content
Log in

Similar oriya poem from Action