Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geetanjali Prusty

Action

3  

Geetanjali Prusty

Action

ବନ୍ଧୁ ବଳିଆର ଭୁଜ

ବନ୍ଧୁ ବଳିଆର ଭୁଜ

1 min
142



ରଥ ପଥ ସବୁ ଚାହିଁ ରହିଛନ୍ତି

ତୁମ ଆସିବାର ବେଳ

କେତେବେଳେ ପ୍ରଭୁ ଟାହିଆ ହଲେଇ

ପହଞ୍ଚିବ ଭକ୍ତ ମେଳ l


ଆକୁଳେ ପ୍ରଣମି ଡାକନ୍ତି ଭକତେ

ପାଶେ ଆସ ମହାବାହୁ

ଅନେକ ଦିନରୁ ମିଳିନି ଦର୍ଶନ

ବେଳ ଗଡ଼େ କହୁ କହୁ l


କୋଭିଡ୍ କରାଳେ ଦୁଇ ବର୍ଷ କାଳ

ବିନା ଭକ୍ତେ କଲ ଯାତ

ସାରା ବିଶ୍ୱ ଆଜି ଚାହିଁଛି ତୁମକୁ

ମହାବାହୁ ଜଗନ୍ନାଥ l


ପତିତ ଜନଙ୍କୁ ଉଦ୍ଧାରିବା ପାଇଁ

ରଥ ପରେ ଦିଅ ଦେଖା

ସହସ୍ର ଶ୍ରଦ୍ଧାଳୁ ରହିଛନ୍ତି ଚାହିଁ

ତୁମ ଭଳି ନାହିଁ ସଖା l


ବିପଦେ ଆପଦେ ହେଇଥାଅ ସାହା

ବନ୍ଧୁ ବଳିଆରଭୁଜ

ଭାଇ ଭଉଣୀଙ୍କୁ କରିଛ ଭରସା

ରଥ ପରେ ହେଇ ସଜ l


ସମ୍ପର୍କର ବାର୍ତ୍ତା ସଂସାରେ ବାଣ୍ଟୁଛ

ମାନବୀୟ ଲୀଳା କରି

ମାଉସୀର ସ୍ନେହେ ବନ୍ଧା ପଡ଼ି ଅଛ

ଧନ୍ୟ ଧନ୍ୟ ହେ ଶ୍ରୀହରି l


ଦେଉଳୁ ବାହାରି ଦାରୁ ଦେବତାହେ

ଦୟାକରି ଦୃଷ୍ଟି ଦେବ

ପତିତ ପାମର ଏ ଅଧମ ନର

ବନ୍ଧନରୁ ମୁକ୍ତ ହେବ l


ତିନି ରଥ ତୁମ ତାଳଧ୍ଵଜ ବଡ଼

ଭାଇ ବଳଭଦ୍ରଙ୍କର

ନନ୍ଦିଘୋଷେ ରହି ନୀଳାଚଳିଆ ହେ

ଯିବ ଗୁଣ୍ଡିଚା ମନ୍ଦିର l


ଭଉଣୀ ସୁଭଦ୍ରା ଏଡିକି ଗେହ୍ଲେଇ

ଚଢ଼ି ଦର୍ପ ଦଳନରେ

ଘୋଷ ଯାତ୍ରା କରି ଦର୍ପ ବି ନାଶିବେ

ମୁକତିର ପଥ ପରେ l


କରୁଛି ପ୍ରଣାମ ହୀନ ନରାଧାମ

ପଦ୍ମ ପାଦେ ଦିଅ ସ୍ଥାନ

ଆତ୍ମା ପରମାତ୍ମା ମହାମିଳନ ରେ

ଉଲ୍ଲସିତ ହେବ ପ୍ରାଣ l



Rate this content
Log in

Similar oriya poem from Action