STORYMIRROR

Sunanda Mohanty

Abstract Action Classics

3  

Sunanda Mohanty

Abstract Action Classics

ସୁନାବେଶ

ସୁନାବେଶ

1 min
122


ରୂପାଜହ୍ନ ପରି ତାହାରି ମନ

ସୁନାଜହ୍ନ ପରି ତା ବଦନ

ସିଏ ମୋ କାଳିଆ ଧନ

ଶିବଶଙ୍କର ସିଏ ହନୁମାନ,କରେ ଧ୍ୟାନେ

ଯିଏ ହୁଅନ୍ତୁ ସେ ମୋହରି ପ୍ରଭୁ

ତାଙ୍କ ଭିତରେ ଦେଖେ ମୁଁ ବିଶ୍ବର ସବୁ

ସିଏ ମୋ ଦିବ୍ୟଲୋଚନ

କାଇଁଚ ମାଳିଆ ମୋ ଗରୁଡ ବାହାନ

ସୁନା ମୁକୁଟରେ ରୂପା ଛଟକରେ

କିନିନିଏ ମନ, ମନମୋହନ

ଅପଲକ ଆଖି ଦେଖି ଯାଏ ଲାଖି

ସେ'ତ ଆମ ଶ୍ୟାମଘନ ମଧୁସୂଦନ

ସେ ଅପଘନ ମନ ଲାଖିଯାଏ ଶୋଭା ଦର୍ଶନ

ଚତୁର୍ଦ୍ଧା ମୂରତଙ୍କ ସ୍ଵର୍ଣ୍ଣଶୋଭନ

ମୋ କଳା ଜହ୍ନରେ ଚାନ୍ଦବଦନ

ତତେ ଦେଖିବାକୁ ଉଚ୍ଛନ୍ନ ଅଧୀର ମନ

କୃତାର୍ଥ ଭକ୍ତ ଦେଖି ଦୁର୍ଲ୍ଲଭ ଦର୍ଶନ

ଦିଅନ୍ତି କରତାଳି ଘନଘନ କରି ଦିବ୍ୟଦର୍ଶନ

ହୁଳହୁଳି ଶବଦରେ କମ୍ପେ ଗଗନ ପବନ

ଆମ ସଭିଙ୍କର ଘେନ ପ୍ରଣାମ ହେ ଚକାନୟନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract