ସୁନାବେଶ
ସୁନାବେଶ
ରୂପାଜହ୍ନ ପରି ତାହାରି ମନ
ସୁନାଜହ୍ନ ପରି ତା ବଦନ
ସିଏ ମୋ କାଳିଆ ଧନ
ଶିବଶଙ୍କର ସିଏ ହନୁମାନ,କରେ ଧ୍ୟାନେ
ଯିଏ ହୁଅନ୍ତୁ ସେ ମୋହରି ପ୍ରଭୁ
ତାଙ୍କ ଭିତରେ ଦେଖେ ମୁଁ ବିଶ୍ବର ସବୁ
ସିଏ ମୋ ଦିବ୍ୟଲୋଚନ
କାଇଁଚ ମାଳିଆ ମୋ ଗରୁଡ ବାହାନ
ସୁନା ମୁକୁଟରେ ରୂପା ଛଟକରେ
କିନିନିଏ ମନ, ମନମୋହନ
ଅପଲକ ଆଖି ଦେଖି ଯାଏ ଲାଖି
ସେ'ତ ଆମ ଶ୍ୟାମଘନ ମଧୁସୂଦନ
ସେ ଅପଘନ ମନ ଲାଖିଯାଏ ଶୋଭା ଦର୍ଶନ
ଚତୁର୍ଦ୍ଧା ମୂରତଙ୍କ ସ୍ଵର୍ଣ୍ଣଶୋଭନ
ମୋ କଳା ଜହ୍ନରେ ଚାନ୍ଦବଦନ
ତତେ ଦେଖିବାକୁ ଉଚ୍ଛନ୍ନ ଅଧୀର ମନ
କୃତାର୍ଥ ଭକ୍ତ ଦେଖି ଦୁର୍ଲ୍ଲଭ ଦର୍ଶନ
ଦିଅନ୍ତି କରତାଳି ଘନଘନ କରି ଦିବ୍ୟଦର୍ଶନ
ହୁଳହୁଳି ଶବଦରେ କମ୍ପେ ଗଗନ ପବନ
ଆମ ସଭିଙ୍କର ଘେନ ପ୍ରଣାମ ହେ ଚକାନୟନ ।
