Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Action Inspirational Children

3  

Chittaranjan Nanda

Action Inspirational Children

ହେ ସହିଦ ବାଘା ଯତୀନ

ହେ ସହିଦ ବାଘା ଯତୀନ

1 min
145


ହେ ବାଘା ଯତୀନ, ସ୍ବଦେଶୀ ଚିନ୍ତା କରୁଥିବା 

ମଣିଷ ଭିତରେ ତୁମେ ତ ପରିଚିତ

ବ୍ରିଟିଶ ଶାସନର ଜନତା ଉପରେ ଅତ୍ୟାଚାର 

କଷଣ ବିରୁଦ୍ଧେ ଧରିଥିଲ ତୁମେ ଅସ୍ତ୍ର ।


ହେ ବାଘା ଯତୀନ, କ୍ରାନ୍ତିକାରୀ ଦଳ ତୁମେ ଗଠନ 

କରିଲ, "ଯୁଗାନ୍ତର " ନାମ ଦେଲ

ତୁମର ଆହ୍ୱାନେ ଯୁବକ ମାନେ ହୋଇଲେ ଏକତ୍ର, 

ବ୍ରିଟିଶ ହୃଦୟେ କମ୍ପନ ସୃଷ୍ଟି କଲ  ।


ହେ ବାଘା ଯତୀନ, ବିଚକ୍ଷଣ ବୁଦ୍ଧି ନେଇ ଆନ୍ଦାଳନ 

କଲ, ଲଢିଲ ଦିନ ରାତି

ତୁମକୁ ଧରିବା ପାଇଁ ବ୍ରିଟିଶ ଶାସନ ଗୁଇନ୍ଦା ଘେନିଣ

ପ୍ରସ୍ତୁତ କଲା ବହୁ ରଣନୀତି  ।


ହେ ବାଘା ଯତୀନ, ସଂଗ୍ରାମ କ୍ଷେତ୍ରେ ହେଲ ଅଗ୍ରସର 

ସହିଣ କଷଣ ରଖି ସାହସ ଶକତି

ନା ମନେ ଭୟ, ଥିଲ ସଂକଳ୍ପେ ଦୃଢ, ତୁମରି ବୀରତ୍ୱ, 

ଦେଉ ପ୍ରେରଣା ଉତ୍ସାହ ଜାଗୃତି ।


Rate this content
Log in

Similar oriya poem from Action