Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Action Inspirational Others

3  

Chittaranjan Nanda

Action Inspirational Others

ସଙ୍ଗୀତ, ସିନେମା ଅମଡାବାଟର

ସଙ୍ଗୀତ, ସିନେମା ଅମଡାବାଟର

1 min
182


କଥା ସମସ୍ତ ରମଣୀ ମାନଙ୍କର , 

ଗଢିବାର ସ୍ୱପ୍ନ ନୂତନ ସଂସାରର ।


ରଚନା କଲେ ବିଶିଷ୍ଟ ସଙ୍ଗୀତକାର,

ନାରାୟଣ ପ୍ରସାଦ ସିଂ, ନାମ ତାଙ୍କର ।


କଣ୍ଠ, ମହାନ ଗାୟିକା ନିର୍ମଳା ମିଶ୍ରଙ୍କର,

ସଙ୍ଗୀତ ନିର୍ଦ୍ଦେଶନା, ବାଳକୃଷ୍ଣ ଦାଶଙ୍କର ।


ମନେ ପଡେ ସିନେମା ଅମଡାବାଟର,

ଓଡ଼ିଆ ଜଗତରେ 1964 ମସିହାର ।


ପାଇନି ତୁଳନା ସେଇ ନୂତନ ସୃଷ୍ଟିର

ଶ୍ରବଣେ ମନରେ ଉନ୍ମାଦନା ସୃଷ୍ଟିକର ।


"ଜୀବନ ଯମୁନାରେ ଜୁଆର ଉଠେରେ

 ନହୁଲୀ ବୟସୀ ସଖୀ ନୀଡ଼ ରଚି ଯାଏ ।


ଆସେରେ ମଗନ ହେବାର ଲଗନ ସବୁଜ ସପନ

ଯେତେ ଆଜି ରୂପ ପାଏ ଜୀବନ ଯମୁନାର ।


ରାଜାର କୁମର ସାଧବର ପୁଅ

ପରୀ ରାଇଜର ସୁନା ସୂତା ଖିଅ ।


କୁଆଁରୀ ମନର କାହାଣୀ କଥାର ସବୁଜ ସପନ

ଯେତେ ଆଜି ରୂପ ପାଏ ଜୀବନ ଯମୁନାରେ ।


ଅନ୍ୟ ଏକ ସଙ୍ଗୀତ ସେହି ସିନେମାର

ସୁମଧୁର ଥିଲା ନିର୍ମଳା ମିଶ୍ରଙ୍କ କଣ୍ଠସ୍ୱର |୬|


ମୋ ମନ ବୀଣା ରତାରେ ଏ ଅବୁଝା ମୁରୁଛନା

ଏତେ ମଧିସୁରେ ଆଉ  ମୋତେ ଡକନା

ମୋ ମନ ବୀଣା ରତାରେ ।


ଅନ୍ୟ ଏକ ସଂଗୀତ ସେହି ସିନେମାର

ତାହା ଥିଲା ଚିତ୍ର ଝିଅ ବିଦା ସମୟର ।


କଣ୍ଠ ନିଃସୃତ ବାଳକୃଷ୍ଣ ଦାସଙ୍କର 

ମର୍ମସ୍ପର୍ଶୀ ଓ ହୃଦୟସ୍ପର୍ଶୀ ଭାଷା କରୁଣର ।


ମମତା ମଧୁର ପ୍ରିୟ ଜନସ୍ନେହ ପ୍ରୀତି

ତେଜି ପିତାମାତା କୋଳ ଶଇଶବ ସାଥୀ ।


ସ୍ୱାମୀ ସାଥେ ନେଇ ସତୀ ସିନ୍ଦୂର ମଥାରେ

କିଶୋରୀ ବଧୂବେଶେ ଆନଗାଁଏ ଚଳେ l


Rate this content
Log in

Similar oriya poem from Action