STORYMIRROR

Chittaranjan Nanda

Action Inspirational Others

3  

Chittaranjan Nanda

Action Inspirational Others

ଧ୍ୱଂସ କରିବା ଶୋଷଣବାଦ

ଧ୍ୱଂସ କରିବା ଶୋଷଣବାଦ

1 min
152


ବାଟ ପାଖର ପଥର,

ଆଜି ଜଣେ ସିନ୍ଦୂର ମାଖିଛି,

ନାଲି ସାଲୁକନା ପିନ୍ଧାଇଛି,

ସେ ପରା ଏବେ ଠାକୁର ସାଜିଛି ।


ବରଗଛ ର ଓହଳ ଦେଖିଛି,

ଆଜି ଜଣେ ସିନ୍ଦୂର ମାଖିଛି,

ନାଲି ସାଲୁକନା ପିନ୍ଧାଇଛି,

ସେ ପରା ଏବେ ଠାକୁରାଣୀ ସାଜିଛି ।


ଧରମ ତ ବିଶ୍ୱାସରେ ଅଛି,

ସେଇଠି ଲମ୍ବା ଧାଡ଼ି ଲାଗିଛି,

ଗଞ୍ଜା ଦେବି, ବୋଦା ଦେବି

କେତେ କଣ ଦେବିର ଭାଷା ଶୁଣୁଛି ।


ମୋ ଗ୍ରାମରେ ମନ୍ଦିର ଅଛି,

ସହରରେ ତ ମନ୍ଦିର ଅଛି,

ଧରମ ତ ବିଶ୍ୱାସରେ ଅଛି,

କିଆଁ ମନ୍ଦିର ତିଆରି ପାଇଁ କଳହ ଲାଗୁଛି ।


ଲାଗୁନି ନୁଆ, ହାଏ ଲାଗୁନି ନୁଆ,

କାରଣ.. କାରଣ.. କାରଣ.. କାରଣ ଅଛି

କାରଣ ତା ପଛରେ ରାଜନୀତି ଅଛି,

ଠକିବାର ଶୋଷଣର ପଥ ମଣିଷ ଧରିଛି ।


ଇଶ୍ୱର ତ ଅସୀମ, ସରଗରୁ ଧରା ପର୍ଯ୍ୟନ୍ତ

ତାଂକ ସ୍ନେହ ଦୟା, ମାୟା ସର୍ବତ୍ର ବିସ୍ତାରିତ,

ପ୍ରଶ୍ନ ଆସେ ଚେଷ୍ଟା ଚାଲିଛି କାହିଁକି ବାନ୍ଧିବାକୁ 

ମନ୍ଦିର ହେଉ ଗୀର୍ଜା ହେଉ ଅବା ମସଜିଦ ଭିତରକୁ ।


ସତରେ କଣ ଧରମ ବାଟ ଛାଡି ପୂଜା କରିଲେ,

ସେ ପଥର ଯାହାକୁ ଇଶ୍ୱର ବୋଲୁଛ, କିଛି

 ଦିଅନ୍ତି ଭଲେ?

ହଁ, ଦେଉଥିବେ, ହେଲେ ମୋ ମନ ମଧ୍ୟର ଭାବନା

ଘର ମାଆକୁ ନପୂଜି, ପଥରକୁ ମାଆ କହିଲେ, 

କିଛି ଲାଭ ହୁଏନା ।


ମୋ ମନରେ ଆସେ, ରଖି ବିଶ୍ୱାସ ଚାଲ 

ଜାଗର ଜାଳିବା

ଚାଲ ତାଣ୍ଡବ ତାଳରେ ଶୋଷଣରୁ ମୁକ୍ତିର ଛନ୍ଦ ତୋଳିବା

ଧରମର ଧ୍ୱଜା ଧରି ଶାସକ ଆଜ ସାଜିଛି ଶୋଷକର ପଟ 

ହବାନି ବଳିର ବୋଦା, ଇତିହାସ ଲେଖିବା ଧ୍ୱଂସ କରି ଶୋଷଣବାଦ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action