ହେବାକୁ ପଡିବ କର୍ମଠ
ହେବାକୁ ପଡିବ କର୍ମଠ
ଏଇ ପେଟ ପାଇଁ ଚାଲେ ସଦା ସଂସାର
ଭିତରେ ସବୁ ନାଟ
ବସି ଖାଇଲେତ ନଈ ବାଲି ସରେ, ତେଣୁ
ହେବାକୁ ପଡିବ କର୍ମଠ ।
ନିଜ ସ୍ବାର୍ଥେ ସମସ୍ତେ ତ ବନ୍ଧା, ତାହାକୁ
ନଜଗିଲେ ଚାଲି ଯିବ ପ୍ରାଣ
ଦୁଷ୍କର୍ମ ନକରି ପର ଦୁଃଖେ ଦୁଃଖୀ ହୋଇ
କର୍ମ କରିଲେ ହୁଏ ତ ମହାନ ।
ପରକୁ ହିଂସା, ପର ଧନେ ଲୋଭ ଥାଇ
କର୍ମ କରିଲେ ହୁଏ ଅମଙ୍ଗଳକାରୀ
ପାଏନି ଥଳ କୂଳ, ପାଏନି ସଂସାରରେ ଯଶ,
ନିଜ କର୍ମ ଫଳେ ବୋଲାଏ ହତଶ୍ରୀ ।
ଜୀବନର ତତ୍ତ୍ୱ, ନିଜ କର୍ମ କରିଯାଅ ନରଖି
ଫଳର ଆଶା ନୂହେଁ କି ବିଚିତ୍ରମୟ
ଏ ତତ୍ତ୍ୱ ସ୍ୱର୍ଗୀୟ ସୁଷମାଠୁ ବଳି ଶ୍ରେଷ୍ଠ, କାରଣ
ଏ ଭବ ରଙ୍ଗେ ଆମେ କରୁ ତ ଅଭିନୟ ।
ଉପରୋକ୍ତ ସୁଧାମୟ ଚିନ୍ତା, ଅନୁଭବରୁ ସୃଷ୍ଟ,
ପବିତ୍ର ମନର ମୁଗ୍ଧ ଅନୁଚିନ୍ତା
ଵିଶ୍ଵାସର ଭାଷା, ପ୍ରାପ୍ତିର ପୁଲକେ ହୁଏ ଆଶା
ପରିପୂର୍ଣ୍ଣ, ମିଳେ ଅଖଣ୍ଡ ପୂର୍ଣ୍ଣତା ।
ଏହି ଗଭୀର ଚିନ୍ତନ ଗଭୀର ଦର୍ଶନ ମାନସ
ଜ୍ୟୋତିରେ ଜ୍ଞାନର ପୀୟୂଷ
ଏହା ଦ୍ୱାରା ହେବା ସଂକଳ୍ପିତ, ନବ ରୂପାୟନେ
ପାଇବା ଆମେ ଶାନ୍ତିର ସ୍ପର୍ଶ ।
