STORYMIRROR

padmaja pati

Action

3  

padmaja pati

Action

ତୁମେ ଅଛ ବୋଲି

ତୁମେ ଅଛ ବୋଲି

1 min
191


ତୁମେ ଅଛ ବୋଲି ଏ ସାରା ସଂସାର

ଲାଗେ ମଧୁର,ସୁନ୍ଦର

ଅନ୍ଧ ଆତ୍ମା ମୋ ବିକଳେ ଖୋଜଇ

ତୁମ ରୂପ ବାରମ୍ୱାର।

ଉଲ୍ଲସିତ ପ୍ରାଣ ପରମ ଆନନ୍ଦେ

ଲଭି ତୁମରି ପରଶ

ଜଳ, ସ୍ଥଳ, ନଭେ କରେ ଅନୁଭବ

ହୃଦୟେ ଆସେ ଉଚ୍ଛ୍ୱାସ।

ନିରେଖି ଦେଖୁଛ, ସବୁରି ମଧ୍ୟରେ

ସାରା ସଂସାର ତୁମର

ଯେତେ ଶବଦ ମୁଁ ଶୁଣିଛି,ଶୁଣୁଛି

ଲାଗେ କୁହୁକ ମନ୍ତର ।

ମରମ ଭେଦଇ ତୁମରି ମାଧୁରୀ

ପ୍ରକୃତିର ପଥେ ରହି

ତୁମ ସ୍ନେହ,ଶ୍ରଦ୍ଧା, ଏଡି ଏ ହୃଦୟ

ସ୍ପନ୍ଦେ ନାହିଁ କାହା ପାଇଁ।

ସବୁ ଜୀବ ମଧ୍ୟେ ରହିଛ ଆନନ୍ଦେ

ପଥର ଅବା ପତରେ

ସଭିଙ୍କୁ ଆଦର କରିଥାଏ ମୁହିଁ

ନିତି କେତେ ଶରଧାରେ।

ହୋଇ କାଳାତୀତ,। ଉଭା ହୋଇଅଛ

ତଥାପି କାଳ ବକ୍ଷରେ

ଯେଣେ ଚାହେଁ ଦେଖେ, ତୁମକୁ ପାଏ ମୁଁ

ସୃଷ୍ଟି ଭିତରେ,ବାହାରେ।

ବହିଯାଏ କାଳ,ବହୁଛି ,ବହିବ

ତୁମେ ତା'ର କାଢୁଆଳ

ଭବିଷ୍ୟତ ଦ୍ରଷ୍ଟା , ଭବିଷ୍ୟତ ସ୍ରଷ୍ଟା

ଆଶା,ଭରସା କେବଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action