Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Abstract Action Inspirational

3  

Sunanda Mohanty

Abstract Action Inspirational

ନିଜକୁ ପ୍ରଶ୍ନ

ନିଜକୁ ପ୍ରଶ୍ନ

1 min
115



ନିଜେ ନିଜକୁ ପଚାରିଛି କେତେ

ଭୁଲ ଠିକ ମୋର କେତେ?

ନିଜକୁ ନିଜେ ପଚାରିଛି ପାପ ପୁଣ୍ୟ

ମୁଁ କରିଛି କେତେ?

ନିଜେ ଆଗ ନିଜକୁ ସୁଧାରି ପରକୁ କହିବି ସିନା

ପର ଉପରେ ଦୋଷ ଲଦିଲେ ଭଲ ନୁହେଁ ସୁମନା

ନିଜେ ଆଗ ନିଜକୁ ମାର୍ଜିତ କରେ ଯିଏ

ସେଇ ଏକା ବିଜୟ ବାନା ଉଡାଏ

ମୁଁ କାହାକୁ ଦେଇଛି କେତେ?

ଫୁଲହୋଇ ଗୁଣ ବିତରିଛି କେତେ

ମଶା ମାଛି ଅବା ପିମ୍ପୁଡି ପରି ସଞ୍ଚୟ କରିଛି ଯେତେ

ଦାନ ପୁଣ୍ୟ ଆକାରେ ଦେଇଛି ନା ସବୁ

ଗର୍ଭସ୍ଥ କରିଛି ମୋ ନିଜ ହସ୍ତେ

ନିଜ ଗୁଣ ନିଜେ କି ଗାଇବି ଖଜୁରୀ ଗଛର ପାହାଚ ଯେତେ

ଅନ୍ୟ ଦୋଷ ଧରିବା ଆଗରୁ ଶୃଙ୍ଖଳିତ ମୁଁ କେତେ

ନିଜକୁ ନିଜେ ମୁଁ ପଚାରି ପୁରା ଚୁପ ରହେ ସତେ

ନିଜକୁ ପ୍ରଶ୍ନ ପଚାରି ଶିଖିଛି ମୋ ନିଜ

ଦୋଷ ଗୁଣ ଧର୍ମ ନ୍ୟାୟ ସତେ ।


Rate this content
Log in

Similar oriya poem from Abstract