STORYMIRROR

Satyanarayan Sahoo

Romance Action Classics

3  

Satyanarayan Sahoo

Romance Action Classics

ଶୀତ ଆଗମନ

ଶୀତ ଆଗମନ

1 min
204


କ୍ରମେ କ୍ରମେ ଧୀରେ ନବ ବେଶ ଧରେ

ଧରା ଋତୁ ଆବର୍ତ୍ତନେ

ଶିଶିର ପାତ ରେ କାକର ବିନ୍ଦୁ ରେ

ଶୋଭଇ ରଙ୍ଗେ ସୁରମ୍ୟେ ।

ପ୍ରତ୍ୟୁଷ ରୁ ଉଠି ଆଉ ହୁଏ ନାହିଁ

କଅଁଳ ଖରା ପଡ଼ିଲେ

ଜଣେ ପରେ ଜଣେ ଶଯ୍ୟା ତ୍ୟାଗ ଜନେ

କରନ୍ତି ଶୀତ ସକାଳେ ।

ଫୁଙ୍ଗୁଳା ନୁଖୁରା ଦେହ ଲାଗେ ଜ୍ଵଳା

ତେଲ ମାରି ଜାମା ନାଇ

ସାନ ବଡ ସର୍ବେ ନିଜ ନିଜ କର୍ମେ

ରତ ହୋନ୍ତି ଜନେ ଯାଇ ।

ସ୍ୱେଟର୍ , କମ୍ବଳ ଲଭଇ ଆଦର

ମଫଲର୍ , ପାଇଜାମା

ସାଥେ , ଘୋଡି ଜାମା , ଚାଦର , ଚଷମା

ନାଇଣ ସର୍ବେ ନିକମା ।

ହୋଇଣ ଯାଆନ୍ତି ବଢେ ଶୀତ ତାତି 

ରାତି ଦିିନ ସବୁ କାଳେ 

ହେମାଳ ପବନ ବହି ଘନ ଘନ

 ଅନ୍ତରେ ସ୍ପନ୍ଦନ ତୋଳେ ।

ନିଆଁ ପାଖେ ବସି ଆଉଁସି ଓ ସେକି

ହେଉ ଥାନ୍ତି ଖୁସି ମନେ

ବାଦାମ ର ଭଜା ଖାଇବାକୁ ମଜା

ଲାଗେ ଏହି ଶୀତ ଦିନେ ।

ବୁଟ , ଚେନାଚୂର ଓ ଭଜା ମଟର

ରୁଟ ମୁଟୁ ଚୁବାଇଲେ

ଶୀତ ଯାଏ କମି , ଦେହେ ତାପ ଜମି

ପାଟି ଟି ସୁଆଦ ଲାଗେ ।


Rate this content
Log in

Similar oriya poem from Romance