STORYMIRROR

Chittaranjan Nanda

Action Inspirational Others

3  

Chittaranjan Nanda

Action Inspirational Others

ବିଗତ ରଥ ଯାତ୍ରା

ବିଗତ ରଥ ଯାତ୍ରା

1 min
121


   

ବର୍ଷକେ ଥରେ ଭାବଭକ୍ତିର ସହର ପୁରୀ 

ବଡ଼ଦାଣ୍ଡରେ ବିଶ୍ଵ ନିୟନ୍ତାଙ୍କ ଯାତରା

ତାଙ୍କ କରୁଣା ହେଲେ ପଙ୍ଗୁ ଲଂଘେ ଗିରି 

ଆଉ ନିମ ବି ଚନ୍ଦନ ହୁଏ ପରା ।୧। 


ସକାଳୁ ସକାଳୁ ମନ୍ଦିର ଭିତରୁ ଯେବେ ଶୁଭିଲା 

ଘଣ୍ଟ ନାଦ, ଦେଖିଲି ଭକ୍ତର ଅଧରେ ହସ 

ନାଚିଲେ ଗାଇଲେ କେତେ ଭାବଭଙ୍ଗିରେ, ଛୁଟିଲା

କାଳିଆ ଠାକୁର ଭକ୍ତ ପାଗଳର ଭକ୍ତିରସ ।୨। 


ମନରେ ଘୃଣା ଓ ବିଷାକ୍ତ ବିଷ ଜାତି ଧରମ 

ନାମରେ ରହିଛି ବିଭେଦତା

ଭକ୍ତ ଭଗବାନ ମିଳନ ହେଲା ବଡଦାଣ୍ଡେ, 

ଲିଭିଲାକି ମନୁ ସେ ବିଭେଦତା ।୩।


ନବଦିନ ଯାତ୍ରା କରିଥିଲୁ ଆମେ ଦୁଇ ବର୍ଷ, 

ନଥାଇ କୌଣସି ପରଶ ଭକ୍ତର

କାଳିଆର ଦୟା ହଲାକି କିପରି ଆମ ମନେ 

ଆସିବ ସଂରକ୍ଷଣ ନୀତି ପରିବେଶର |୪| 


ହେଉ ପଛେ ରାଜା ଜଗନ୍ନାଥ ଦର୍ଶନରେ ତିନୋଟି 

ରଥରେ କରିଲେ ତ ଛେରାପହଁରା 

ଥାଇ ଅପୂର୍ବ ପରମ୍ପରା, ଆସିଲା କି ଭାବନା କିପରି 

ହଟିବ ଧନୀ ଗରିବ ତଫାତ ବୃଦ୍ଧିର ଧାରା ।୫। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action