STORYMIRROR

Amita Dash

Tragedy Inspirational Children

3  

Amita Dash

Tragedy Inspirational Children

କବିତା ପର୍ବକବିତା ସଂଖ୍ୟା ୨୪

କବିତା ପର୍ବକବିତା ସଂଖ୍ୟା ୨୪

1 min
253


ସ୍ଵପ୍ନରେ ଅନେକ ଥର ଅନ୍ଧକାର ନେଇ ଯାଇଚି ତା ଅନ୍ଧାରିଆ ମୂଲକ।

କେତେ ବେଳେ ଏକା ତ କେତେ ବେଳେ ପୁଅସହ।

ସତରେ ଅଛି ପିତୃପୁରୁଷଙ୍କର ବାସସ୍ଥାନ।

ମୁଁ ଦେଖିଚି ଘନଅନ୍ଧକାର ଭିତରେ ରୂପାଭଳି ଆଖି ଗୁଡ଼ିକ ଦିକ୍ ଦିକ୍।

ପରସ୍ପର ଟୁପୁରୁ ଟାପର।

କାଠର ମୂର୍ତ୍ତି ଭଳି ଦଣ୍ଡାୟମାନ।

ପିତ୍ରୁପକ୍ଷର ଅନ୍ଧକାର ରେ ତୁମେ ଆସ।

ଦିପାବଳୀ ର କାଉଁରିଆ କାଠିଜଳାରେ ତୁମେ ପ୍ରତ୍ୟାବର୍ତ୍ତନ କର।

ପିତ୍ରୁମଣ୍ଡଳରୁ ଆମପାଖର ରାସ୍ତା ସତରେ ଲାଗେ ପନ୍ଦର ଦିନ।

ମୁଁ ଦେଖିଚି ସ୍ଵପ୍ନ ରେ ମୋପୁଅ ତା ଜେଜେ କାନ୍ଧର।

ହଁ ଛୋଟ ଛୁଆ ତ ଏତେ ବାଟ କ'ଣଚାଲିପାରିବ?

ମଝିରେ କୋଉ ଠି ମା, ପୁଅ ଧରୁଚୁ ସେଉଳ ଯାଆଁଳ।

ଧନ୍ୟରେ ଦଇବ!

ଆଗ ନାତି ଯାଇ ପଛରେ ଜେଜେ ଯିବ, ନିଷ୍ଠୁର ଦଇବ ମାକୁ ରଖି ଦହଗଞ୍ଜ କରୁଥିବ।

ଯେତେ ଦିନ ରହିବ ଅନ୍ଧକାର ଭିତରେ ଲୁଚି ରହିବ।

ଜେଜେ,ନାତି ଙ୍କର ଯିବାଦେଖି ପଛରୁ ଫେରିଆସିବାକୁ ଡାକୁଥିବ।

ସକାଳର ସୂର୍ଯ୍ୟ କିରଣ ରେ ମୋ ସ୍ଵପ୍ନ ଭାଙ୍ଗୁଥିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy