STORYMIRROR

Amita Dash

Comedy Tragedy Fantasy

3  

Amita Dash

Comedy Tragedy Fantasy

କବିତା ପର୍ବକବିତା ସଂଖ୍ୟା ୧୭

କବିତା ପର୍ବକବିତା ସଂଖ୍ୟା ୧୭

1 min
164


ପ୍ରିୟତମା ମୋର ରୁଷିକି ବସିଚି

ପାଦର ପାଉଁଜି ପାଇଁ।

ପକେଟରେ ନାହିଁ ସହେ ଟଙ୍କିଆ 

ଫୁଲେଇ ମୋର ବୁଝୁଛି କାଇଁ।

ପାଦକୁ ପାଉଁଜି ନାକକୁ ନୋଥ

ସବୁ କରିଦେବି ଆର ବରଷ।

ଟିକେ ଥୟତ ଧର।

ଏସନ ଫସଲ ଖାଇଲା ବରଷା ମାଡ।

ଗଜାଧୋଇହେଲା ମୂଲକ ସାର।

ବଞ୍ଚିବା କେମିତି ହଜିଗଲାଣି ରାତିର ନିଦ।

ମଠରେ ଖାଉଚୁ ଖଟରେ ଶୋଉଚୁ

ଦୁନିଆ ଓଲଟ ପାଲଟ ଚିନ୍ତା କାହିଁ ତୋର।

ନାଲି ଲିପ୍ ଷ୍ଟିକ୍, ପାଦର ପାଉଁଜି

ଖାଇବାକୁ ବରା ,ପିଆଜି ସବୁବେଳେ ଦରକାର ତୋର।

ଲାଜକୁଳୀ,ମଉନାବତୀ ସିଏ ମୋ ହୃଦୟ ରାଣୀ

ଭଲଲାଗେ ସିଏ ଝମଝମ ହୋଇ ଯେବେ ଚାଲେ ପାଦ କଚାଡି।

ଶୋଇଲା ଲୋକ ଧଡପଡ ହୋଇ ଉଠେ।

ମନମାରି ସିଏ ଯେବେ ବସେ

ଛାତିଟା ମୋ କରତି ହୁଏ।

ଆଜି ଯାଉଚି ତା ବାପ ଦେଇଥିବା ଗହ୍ମା ପୁନେଇଁ ଘଣ୍ଟା ବିକିବି।

ମୋ ପ୍ରିୟତମା ପାଇଁ ପାଉଁଜି କିଣିବି।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy