STORYMIRROR

Anirudha Kund

Comedy

4  

Anirudha Kund

Comedy

ପୁରୁଷ ବ୍ୟଥା

ପୁରୁଷ ବ୍ୟଥା

1 min
23.2K


ଉଠ ଉଠ ପ୍ରାଣ   ପୁରୁଷ ମୋହର 

    ମଠ ଆଉ ଜମା ନକର 

କପଡା ପଡିଛି    ବାସନ ଗଡୁଛି

   ଟିକେ ସଫାସଫି ତ କର ।


ଝାଡୁ ପରେ ପରେ ଆମ ରୋଷଘରେ  

    ପୋଛାବି ଟିକିଏ ମାର

ବେଲଣାରେ ରୋଟି କରଗୋଟିଗୋଟି

    ନହେଉ ମାନଚିତିର ।


ବହୁତ ସହିଲି   ବହୁତ କରିଲି

     କରିବିନି ଆଉ କିଛି

ବନ୍ଦ୍ କର ତୁମ ଟାଇମ୍ ପାଆସ୍

    ଘର କାମ କର ବସି ।


ଯାଅ ବାଲକୋନି ଗଛେ ଦିଅ ପାଣି

    ଅଳସ କରନି ଆଉ

ଘରେ ବସିରହି ନକରିଲେ କାମ 

    ଛଡାଇ ଦେବି ତୁମ ଭାଉ ।


Rate this content
Log in

Similar oriya poem from Comedy