Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saroj Satpathy

Comedy Inspirational Others

4  

Saroj Satpathy

Comedy Inspirational Others

ସୁବିଧା ଟିକସ

ସୁବିଧା ଟିକସ

1 min
24.3K


ଦୈନନ୍ଦିନ କାର୍ଯ୍ଯକ୍ରମେ 

        ଆସିଯାଏ ଯଦି ବ୍ଯତିକ୍ରମ

ସୁବିଧା ଟିକସ ଭରି

        ପଥ କର ସହଜ ସୁଗମ ॥

ସୁବିଧା ଟିକସ ପାଣ୍ଠି 

       ଜମା ହୁଏ ନାହିଁ ରାଜକୋଷେ

ସୁବିଧା ପ୍ରଦାନକାରୀ

       ପାଣ୍ଠି ନେଇ ନିଜ ମନ ତୋଷେ ॥

ଯଦି କର ରେଳଯାତ୍ରା

          ବସିବାକୁ ନାହିଁ ଆରକ୍ଷଣ

ସୁବିଧା ଟିକସ ବଳେ 

         ବର୍ଥ ଗୋଟେ ମିଳିଯିବ ଜାଣ ॥

କେଉଁ କାର୍ଯ୍ୟାଳୟେ ଯଦି 

         ଫାଟକରେ ଲାଗିଅଛି ତାଲା

ସୁବିଧା ଟିକସ ବଳେ 

        ଫାଟକଟି ହୋଇଯିବ ମେଲା ॥

ଡାକ୍ତର,ଚିକିତ୍ସାଳୟେ 

        ଲମ୍ବା ଧାଡି ଦେଖି ଯଦି ଡର

ସୁବିଧା ଟିକସ ଭରି 

        ପ୍ରଥମରେ ହୁଅ ଆଗଭର ॥

ଟଙ୍କା ପଚାଶ,ଶହେରେ

       ଯେତେ ଯେତେ ଅସମ୍ଭବ କାମ

ଶିକ୍ଷାଠାରୁ ସ୍ବାସ୍ଥ୍ୟ ଯାଏ 

        ଅବା ହେଉ ବିଭିନ୍ନ ନିଗମ ॥

ଲାଞ୍ଚ,ଚୋରି,ବ୍ୟଭିଚାର

       ପର୍ଯ୍ଯାୟରେ ନୁହେଁ ଇଏ ଗଣା

ନୁହେଁ ପି.ସି କାରବାର

       ଦୁର୍ନୀତି ବି ନୁହେଁ ଏହା ଜଣା ॥

ଯେଣୁ ଏହା ସର୍ବବ୍ୟାପି

        ସର୍ବଜନେ ଗ୍ରହଣୀୟ ବୋଲି

ନୁହେଁ ଏହା ଭ୍ରଷ୍ଟାଚାର

       କହିଲେ ଦୋଷଟି ହେବ ଖାଲି ॥


Rate this content
Log in

Similar oriya poem from Comedy