STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Comedy

4  

ପ୍ରିୟଦର୍ଶିନୀ ମହାନ୍ତି

Comedy

ଇଣ୍ଟରନେଟ ଯୁଗ ଇଏ

ଇଣ୍ଟରନେଟ ଯୁଗ ଇଏ

1 min
345


      ଇଣ୍ଟର୍ନେଟ ଯୁଗ ଇଏ

      କାହାକୁ କହିବ କିଏ

  ନେଟ୍ ଭିତରେ     ଏଣ୍ଟର କରନ୍ତି

     ମନ ଆନନ୍ଦରେ ସଭିଏଁ

  ତଳ ମୁହାଁ ହୋଇ   ବସିଯାନ୍ତି ଦେଖ  

     ମୋବାଇଲି ଖଣ୍ଡେ ଥାଏ।


    କରି ହେଲୋ,ହାଏ,ବାଏ

     ଦିନ ରାତି ସରି ଯାଏ

   ଜଣା ପଡେ ନାହିଁ  ସମୟର ଗତି

     ହାତେ ଯଦି ସେ ଥାଏ,

  ଭୋକ ଶୋଷ କିଛି  ହୁଏ ନାହିଁ ଯମା

      ପ୍ୟାକ୍ ନ ସରିବା ଯାଏଁ।


     ମୋବାଇଲି ପରା ସିଏ

      ସଭିଙ୍କର ଅତି ପ୍ରିୟେ

ପୁଅ ଭଳି ତାକୁ  କୋଳରେ ଧରିଣ

     ଆଦର ଯତନ ପାଏ

କେତେ କେତେ ଆପ୍  ଷ୍ଟୋର ହୋଇଛି

     ଦିନ ରାତି ଲୋଡ଼ା ହୁଏ।

     ଇଣ୍ଟରନେଟ ଯୁଗ ଇଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy